ଆଜି ଘୋଷଣା ହୋଇପାରେ ଅନଲକ୍‌ ୫.୦ ପାଇଁ ନିୟମାବଳୀ

Advertisment
ଆଜି ଘୋଷଣା ହୋଇପାରେ ଅନଲକ୍‌ ୫.୦ ପାଇଁ ନିୟମାବଳୀ

DNA

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ଅନଲକ୍ ୫.୦ ପାଇଁ ନିୟମାବଳୀ ଜାରି କରିପାରନ୍ତି । ଏଥର ସରକାର ଆଉ କିଛି କଟକଣା କୋହଳ କରିବା ସହ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ଦିଗରେ ବ୍ୟାପକ ପଦକ୍ଷେପ ନେଇପାରନ୍ତି ବୋଲି ଆକଳନ କରାଯାଉଛି।

ଗତ ଥର କେନ୍ଦ୍ର ସରକାର ସମଗ୍ର ରାଜ୍ୟ କିମ୍ବା ଜିଲ୍ଲାରେ ଲକଡାଉନ୍ ଲଗାଇବା ଅପେକ୍ଷା ସ୍ଥାନୀୟସ୍ତରରେ କଣ୍ଟେନମେଣ୍ଟ ଜୋନ ଘୋଷଣା ଉପରେ ଗୁରୁତ୍ୱ ଦେଇଥିଲେ । କିନ୍ତୁ ଏଥର ଏକ ବଡ଼ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ଅପେକ୍ଷା ମାଇକ୍ରୋ-କଣ୍ଟେନମେଣ୍ଟ ଜୋନ ବା ଛୋଟ ଅବରୋଧ ଅଞ୍ଚଳ ଘୋଷଣା ଉପରେ ଗୁରୁତ୍ୱ ଦିଆଯିବାର ସମ୍ଭାବନା ରହିଛି ।

କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ବେଳେ ଆର୍ଥିକ କାର୍ଯ୍ୟକଳାପରେ ବ୍ୟାଘାତ ସୃଷ୍ଟି ନ କରି କରୋନା ମୁକାବିଲା ଉପରେ ଗୁରୁତ୍ୱ ଦେବା ସପକ୍ଷରେ ମତ ରଖିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ପରାମର୍ଶକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିଜର ଅନଲକ୍‌ ୫.୦ ନିୟମାବଳୀରେ ସାମିଲ କରିପାରେ ।

ଅନ୍ୟପକ୍ଷରେ ସାରା ଦେଶରେ ଏବେ ସିନେମା ହଲ ଓ ମଲଟିପ୍ଲେକ୍ସଗୁଡ଼ିକ ବନ୍ଦ ରହିଛି । ହଲଗୁଡ଼ିକୁ ଖୋଲିବା ପାଇଁ ମଲଟିପ୍ଲେକ୍ସ ସଂଘ ସରକାରଙ୍କ ନିକଟରେ ଦାବି କରିଥିଲା । ସରକାର ଏହି ଦାବିକୁ ମାନି କେତେକ କଟକଣା ସହ ସିନେମା ହଲ ଓ ମଲଟିପ୍ଲେକ୍ସ ଖୋଲିବାକୁ ଅନୁମତି ଦେଇପାରନ୍ତି । ତେବେ ପ୍ରାଥମିକ ସ୍କୁଲଗୁଡ଼ିକ ଆଉ କିଛି ଦିନ ପାଇଁ ବନ୍ଦ ରହିବାର ସମ୍ଭାବନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe