ନୂଆ ଦାରିଦ୍ର୍ୟ ସୀମା ନିର୍ଦ୍ଧାରଣ ଲାଗି ସରକାରଙ୍କ ବିଚାର, ଗଠନ ହେବ ବିଶେଷଜ୍ଞ କମିଟି

Advertisment
ନୂଆ ଦାରିଦ୍ର୍ୟ ସୀମା ନିର୍ଦ୍ଧାରଣ ଲାଗି ସରକାରଙ୍କ ବିଚାର, ଗଠନ ହେବ ବିଶେଷଜ୍ଞ କମିଟି

image credit : Live mint

ନୂଆଦିଲ୍ଲୀ : କେନ୍ଦ୍ର ସରକାର ନୂଆ ଦାରିଦ୍ର୍ୟ ସୀମା ରେଖା ନିର୍ଦ୍ଧାରଣ କରିବାକୁ ବିଚାର କରୁଛନ୍ତି । ଏଥିପାଇଁ ବିଶେଷଜ୍ଞମାନଙ୍କୁ ନେଇ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୨୦୧୫ରେ ଗଠିତ ଏକ ଟାକ୍ସଫୋର୍ସର ସୁପାରିଶ ଅନୁସାରେ ଏହି ବିଶେଷଜ୍ଞ କମିଟି ଗଠନ କରାଯିବ ବୋଲି କେନ୍ଦ୍ର ଯୋଜନା ମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂ କହିଛନ୍ତି ।
୨୦୧୫ରେ ତତକାଳୀନ ନିତିଆୟୋଗ ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିଆଙ୍କ ଅଧ୍ୟକ୍ଷତାରେ ଏହି ଟାକ୍ସଫୋର୍ସ ଗଠନ କରାଯାଇଥିଲା । ନୂଆ ଦାରିଦ୍ର୍ୟ ସୀମା (ବିପିଏଲ ସୀମା) ନିର୍ଦ୍ଧାରଣ ସଂପର୍କରେ ଅଧିକ ସ୍ପଷ୍ଟତା ଆଣିବା ଓ ଏହାକୁ ଅଧିକ ପାରଦର୍ଶି କରିବାକୁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଉ ବୋଲି ଏହି ଟାକ୍ସଫୋର୍ସ ସୁପାରିଶ କରିଥିଲା ।
ଲୋକସଭାରେ ଶ୍ରୀ ସିଂ କହିଛନ୍ତି ଯେ ଦାରିଦ୍ର୍ୟ ସୀମା ନିର୍ଦ୍ଧାରଣ ଲାଗି ତେନ୍ଦୁଲକର କମିଟିର ସୁପାରିଶକୁ ଗ୍ରହଣ କରାଯିବ ଅଥବା ତା’ଠାରୁ ଅଧିକ ନିର୍ଦ୍ଧାରଣ କରାଯିବ, ସେ ନେଇ କୌଣସି ନିଷ୍ପତ୍ତି ହୋଇନପାରିବାରୁ ଦେଶର ପ୍ରମୁଖ ବିଶେଷଜ୍ଞମାନଙ୍କୁ ନେଇ ଏକ କମିଟି ଗଠନ ପାଇଁ ସୁପାରିଶ କରାଯାଇଛି ।
ସୂଚନାଯୋଗ୍ୟ ଯେ ଭାରତରେ ଦାରିଦ୍ର୍ୟ ସୀମା ରେଖା ମୁଣ୍ଡପିଛା ଆୟ ଅନୁସାରେ ନିର୍ଦ୍ଧାରଣ ହୋଇଥାଏ । ୧୭ଟି ମାନଦଣ୍ଡକୁ ବିଚାରକୁ ନେଇ ମୋଟ ୫୨ ମାର୍କ ମଧ୍ୟରୁ ୧୭ ମାର୍କ ବା କମ ଥିବା ଲୋକମାନଙ୍କୁ ଗରିବ (ଦାରିଦ୍ର୍ୟ ସୀମା ତଳେ) ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe