ଘରୋଇ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ଦେୟର ୨୪% ଆଗାମୀ ୩ ମାସ ପର୍ଯ୍ୟନ୍ତ ବହନ କରିବେ କେନ୍ଦ୍ର ସରକାର

ଘରୋଇ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ଦେୟର ୨୪% ଆଗାମୀ ୩ ମାସ ପର୍ଯ୍ୟନ୍ତ ବହନ କରିବେ କେନ୍ଦ୍ର ସରକାର

The Logical Indian

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏକ ବଡ଼ ଘୋଷଣା କରିଛନ୍ତି। ଘରୋଇ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌)ର ଦେୟ ବାବଦରେ ଆଗାମୀ ୩ ମାସ ପାଇଁ ପ୍ରତିମାସରେ ଇପିଏଫ୍‌ରେ ଜମା ହେବାକୁ ରାଶିର ୨୪ ପ୍ରତିଶତ କେନ୍ଦ୍ର ସରକାର ବହନ କରିବେ। ଇପିଏଫ୍‌ରେ ଜମା ହେବାକୁ ଥିବା କର୍ମଚାରୀଙ୍କ ଅଂଶର ଦେୟ ବାବଦରେ କେନ୍ଦ୍ର ସରକାର ୧୨ ପ୍ରତିଶତ ଭରଣା କରିବା ବେଳେ ନିଯୁକ୍ତିଦାତାଙ୍କ ଅଂଶଧନର ୧୨ ପ୍ରତିଶତ ମଧ୍ୟ କେନ୍ଦ୍ର ସରକାର ପ୍ରତି ମାସରେ ବହନ କରିବେ। ଏହି ସୁବିଧା ଆଗାମୀ ୩ ମାସ ପାଇଁ ଉପଲବ୍ଧ ହେବ।

ଏବାବଦରେ ବ୍ୟୟ ହେବାକୁ ଥିବା ୧.୭ ଲକ୍ଷ କୋଟିର ଅର୍ଥ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଖର୍ଚ୍ଚ କରାଯିବ। ଯେଉଁ ସଂସ୍ଥାରେ ୧୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଥିବେ ଓ ୯୦ ପ୍ରତିଶତରୁ ଅଧିକ କର୍ମଚାରୀ ମାସିକ ୧୫,୦୦୦ରୁ କମ୍‌ ବେତନ ପାଉଥିବେ କେବଳ ମାତ୍ର ସେହି ସଂସ୍ଥା ଓ ତାହାର କର୍ମଚାରୀମାନେ ଏହି ସୁବିଧା ପାଇପାରିବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe