ମାଗଣା ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ଖର୍ଚ୍ଚ କରିବେ ୪୫ ହଜାର କୋଟି !

କେନ୍ଦ୍ର ସରକାର ଟିକା କିଣି ରାଜ୍ୟମାନଙ୍କୁ ଯୋଗାଇ ଦିଅନ୍ତୁ ... ଏ ପ୍ରସଙ୍ଗରେ ରାଜ୍ୟମାନଙ୍କ ମଧ୍ୟରେ ସହମତି ପାଇଁ ନବୀନଙ୍କ ଉଦ୍ୟମ

image credit : pixabay

ନୂଆଦିଲ୍ଲୀ :  କେନ୍ଦ୍ର ସରକାର ୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କ ପାଇଁ ମାଗଣା ଟିକାକରଣ ସମ୍ପର୍କରେ ଘୋଷଣା କରିଥିବାବେଳେ ଏଥିପାଇଁ ସରକାରଙ୍କୁ ବିପୁଳ ପରିମାଣରେ ଅର୍ଥବ୍ୟୟ କରିବାକୁ ପଡ଼ିବ । ୟୁବିଏସ ସିକ୍ୟୁରିଟିଜର ଏକ ରିପୋର୍ଟ ଅନୁସାରେ ଟିକା ପାଇଁ ସରକାରଙ୍କ ମୋଟ ୪୦ରୁ ୪୫ ହଜାର କୋଟି ବ୍ୟୟ କରିବାକୁ ପଡ଼ିବ । ବଜେଟରେ ଟିକାକରଣ ପାଇଁ ପୂର୍ବରୁ ୩୫ ହଜାର କୋଟିର ବ୍ୟୟବରାଦ କରାଯ଼ାଇଥିବାବେଳେ  ଗତକାଲିର ଘୋଷଣା ପରେ ସରକାରଙ୍କୁ ଅତିରିକ୍ତ ୧୦ ହଜାର କୋଟି ବ୍ୟୟ କରିବାକୁ ପଡ଼ିବ ।

ଆହୁରି ମଧ୍ୟ ଦେଶ ୮୦ କୋଟି ଲୋକଙ୍କୁ ଆସନ୍ତା ଦିପାବଳୀ ପର୍ୟ୍ୟନ୍ତ ମାଗଣ ଖାଦ୍ୟଶସ୍ୟ ଯ଼ୋଗାଣ ମଧ୍ୟ ସରକାରଙ୍କ ବ୍ୟୟଭାର ବଢାଇବ ।ଏହା ଫଳରେ ଚଳିତ ଆର୍ଥିକ ବର୍ଷରେ ଦେଶର ଆର୍ଥିକ ନିଅଣ୍ଟ ବଢିବାର ଆଶଙ୍କା ଦେଖାଦେଇଛି ।

ଯୁବିଏସର ଅର୍ଥନୀତିଜ୍ଞ ତାନଭି ଗୁପ୍ତା କହିଛନ୍ତି ଯ଼େ ଯ଼ଦି ସରକାର ଟିକା ପିଛା ୧୫୦ ଟଙ୍କା ଓ ପରିବହନ ଓ ବିତରଣ ବାବଦରେ ଆଉ ୧୫୦ ଟଙ୍କା ବ୍ୟୟ କରନ୍ତି ତେବେ ସମଗ୍ର ଟିକାକରଣ ପାଇଁ ମୋଟ ୪୫ ହଜାର କୋଟି ଖର୍ଚ୍ଚ ହେବ । ବଜେଟରେ ଟିକାକରଣ ପାଇଁ ପୂର୍ବରୁ ୩୫ ହଜାର କୋଟିର ବ୍ୟୟବରାଦ କରାଯ଼ାଇଥିବାବେଳେ ସରକାରଙ୍କୁ ଆଉ ୧୦ ହଜାର କୋଟି ଯୋଗାଡ଼ କରିବାକୁ ପଡ଼ିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe