ପ୍ରତିରକ୍ଷା ବାହିନୀ ପାଇଁ ‘ଅଗ୍ନିପଥ’ ଯୋଜନାରେ ୪ବର୍ଷିଆ ନିଯୁକ୍ତି ପ୍ରଦାନ କରିବେ ସରକାର

Advertisment
ରାଜ୍ୟ ପୂର୍ବତନ ସୈନିକ ସଂଘର କର୍ମକର୍ତ୍ତା ନିର୍ବାଚନ: ବ୍ରିଗେଡିୟର୍‌ ଅନ୍ତର୍ଯାମୀ  ସଭାପତି, କର୍ଣ୍ଣେଲ୍‌ ପ୍ରଶାନ୍ତ ସମ୍ପାଦକ

Image Courtesy: News Nation

ନୂଆଦିଲ୍ଲୀ: ପ୍ରତିରକ୍ଷା ବାହିନୀ ପାଇଁ କେନ୍ଦ୍ର ସରକାର ‘ଅଗ୍ନିପଥ’ ନିଯୁକ୍ତି ଯୋଜନା ପ୍ରଣୟନ କରିବେ। ଯାହା ଅଧୀନରେ କେବଳ ଚାରି ବର୍ଷର କାର୍ଯ୍ୟକାଳ ପାଇଁ ସୈନ୍ୟ ନିଯୁକ୍ତ କରାଯିବ। ଯୋଜନା ଅନୁଯାୟୀ, ଏହି ଯୋଜନାର ସବିଶେଷ ବିବରଣୀ ଆୟୋଜିତ ହେବାକୁ ଥିବା ତିନି ସେନା ମୁଖ୍ୟଙ୍କ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯିବ।

ରିପୋର୍ଟରୁ ପ୍ରକାଷ, ତିନି ସେନାର ମୁଖ୍ୟ ଦୁଇ ସପ୍ତାହ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୈନିକ ନିଯୁକ୍ତି ପାଇଁ ‘ଅଗ୍ନିପଥ’ ଯୋଜନା ବିଷୟରେ ଅବଗତ କରାଇଥିଲେ; ଯାହା ସ୍ୱଳ୍ପକାଳୀନ କାର୍ଯ୍ୟକାଳ ପାଇଁ ସୈନ୍ୟବାହିନୀରେ ସୈନ୍ୟ ସାମିଲ କରିବା ପାଇଁ ପଥ ପରିଷ୍କାର କରିବ। ଏହି ଯୋଜନାକୁ ସାମରିକ ବ୍ୟାପାର ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଉଛି।

ନୂତନ ଅଗ୍ନିପଥ ଯୋଜନା ଯାହା ଅଧୀନରେ ଯୁବକମାନେ ଚାରି ବର୍ଷ ପାଇଁ ସେନାରେ ଯୋଗ ଦେବେ ଏବଂ ଦେଶର ସେବା କରିବେ। ଏହି ଯୋଜନା ଖର୍ଚ୍ଚ ହ୍ରାସ ସହ ପ୍ରତିରକ୍ଷା ବାହିନୀର ବୟସ ପ୍ରୋଫାଇଲ୍‌ ଦିଗରେ ସରକାରଙ୍କ ପ୍ରୟାସର ଏକ ଅଂଶ ବିଶେଷ। ଏଥିରେ ନିଯୁକ୍ତି ପାଇଁ କ୍ଷେତ୍ରକୁ ମଧ୍ୟ ଯଥେଷ୍ଟ ବିସ୍ତାର କରାଯାଇ ପାରିବ।

ଚାରି ବର୍ଷ ଶେଷରେ, ପ୍ରାୟ ୮୦ ପ୍ରତିଶତ ସୈନିକ କର୍ତ୍ତବ୍ୟରୁ ମୁକ୍ତ ହେବେ ଏବଂ ଅଧିକ ନିଯୁକ୍ତି ରାସ୍ତା ପାଇଁ ସଶସ୍ତ୍ର ବାହିନୀରୁ ସହାୟତା ପାଇବେ। ଅନେକ ନିଗମ ମଧ୍ୟ ଏହିପରି ତାଲିମପ୍ରାପ୍ତ ଏବଂ ଶୃଙ୍ଖଳିତ ଯୁବକମାନଙ୍କ ପାଇଁ ଚାକିରି ସଂରକ୍ଷଣ କରିବାକୁ ଆଗ୍ରହୀ ହେବେ ଯେଉଁମାନେ ନିଜ ଦେଶର ସେବା କରିଛନ୍ତି। ନିଯୁକ୍ତ ଯୁବକମାନଙ୍କ ମଧ୍ୟରେ ସର୍ବୋତ୍ତମ ପ୍ରଦର୍ଶନକାରୀଙ୍କୁ ମଧ୍ୟ ସେମାନଙ୍କର ସେବା ଜାରି ରଖିବାର ସୁଯୋଗ ମିଳିପାରିବ; ଯଦି ଖାଲି ପଦବୀ ଉପଲବ୍ଧ ଥିବ।

ଉଲ୍ଲେଖଯୋଗ୍ୟ, ଭାରତୀୟ ସେନାରେ ଏହି ମଡେଲର ବିକାଶ ପୂର୍ବରୁ ଡିଏମଏ ଆଠଟି ଦେଶରେ ସମାନ ନିଯୁକ୍ତି ମଡେଲ ଉପରେ ଅଧ୍ୟୟନ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe