Image Source: Hindustan Times
ନୂଆଦିଲ୍ଲୀ: ସୋମବାର ପୂର୍ବାହ୍ନରେ ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ ବିବାଦୀୟ ନାଗରିକତ୍ୱ ସଂଶୋଧନ ବିଧେୟକ ଆଗତ କରିଛନ୍ତି।
କେବଳ ସଂଖ୍ୟଲଘୁଙ୍କ ବିରୋଧରେ ଅଭିପ୍ରେତ କହି କଂଗ୍ରେସ ଏହାର ତୀବ୍ର ବିରୋଧ କରିବାରୁ ଅମିତ ଶାହା ତୁରନ୍ତ ଜବାବ ଦେଇ କହିଲେ କି, ଏ ଦେଶର ସଂଖ୍ୟାଲଘୁଙ୍କ ପ୍ରତି ନୁହେଁ, ଅନୁପ୍ରବେଶକାରୀଙ୍କ ବିରୋଧରେ ଏହି ବିଧେୟକ ଉଦ୍ଦିଷ୍ଟ।
ବିରୋଧୀଙ୍କୁ ଶାହା କହିଲେ ଯେ ନାଗରିକତ୍ୱ ବିଧେୟକ ଉପରେ ସେ ସେମାନଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେବେ। ସେ କହିଲେ: ଏହି ବିଧେୟକ ଉପରେ ମୁଁ ଆପଣମାନଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେବି। ସେ ପର୍ଯ୍ୟନ୍ତ ଉଠିଯାଅ ନାହିଁ।
ଅଲ୍ ଇଣ୍ଡିଆ ମଜ୍ଲିସ୍-ଏ-ଇତ୍ତେହଦ୍-ଉଲ୍-ମୁସ୍ଲିମୀନ୍ର ନେତା ଅସାଦୁଦ୍ଦିନ୍ ଓଓ୍ଵାଇସି ବାଚସ୍ପତି ଓମ୍ ବିର୍ଲାଙ୍କରେ ଠାରେ ଆପତ୍ତି ଉଠାଇ କହିଲେ: ଏ ଭଳି ଆଇନରୁ ଦେଶକୁ ବଞ୍ଚାଅ।
ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନର ଅଣମୁସଲମାନ ଶରଣାର୍ଥୀଙ୍କୁ ଭାରତର ନାଗରିକତ୍ୱ ଦେବା ପାଇଁ ଏହି ବିଧେୟକରେ ପ୍ରସ୍ତାବ ରହିଛି। ୨୦୧୪ ମସିହା ଡିସେମ୍ବର ୩୧ ତାରିଖ ପୂର୍ବରୁ ଭାରତକୁ ପ୍ରବେଶ କରିଥିବା ଏବଂ ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସି ଏବଂ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟ ଭାରତର ନାଗରିକତ୍ୱ ପାଇବାକୁ ଯୋଗ୍ୟ ହେବେ।
Follow Us