କ୍ୟାନସର ପୀଡ଼ିତା କହି ମହିଳା ରୋଗୀଙ୍କ ଗୁପ୍ତାଙ୍ଗ ପରୀକ୍ଷା ମହଙ୍ଗା ପଡ଼ିଲା; ଜେଲ ଗଲେ ଭାରତୀୟ ବଂଶୋଦ୍ଭବ ଡାକ୍ତର

କ୍ୟାନସର ପୀଡ଼ିତା କହି ମହିଳା ରୋଗୀଙ୍କ ଗୁପ୍ତାଙ୍ଗ ପରୀକ୍ଷା ମହଙ୍ଗା ପଡ଼ିଲା; ଜେଲ ଗଲେ ଭାରତୀୟ ବଂଶୋଦ୍ଭବ ଡାକ୍ତର

Guardian

ମାଞ୍ଚେଷ୍ଟର/ ଲଣ୍ଡନ୍‌: ଲଣ୍ଡନ୍‌ରେ ଜନୈକ ଯୌନ ବିକାରଗ୍ରସ୍ତ ଭାରତୀୟ ବଂଶୋଦ୍ଭବ ଡାକ୍ତର ଚଳାଇଥିବା କଳାକାରନାମା ଲୋକଲୋଚନକୁ ଆସିବା ପରେ ଏବେ ଲଣ୍ଡନରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହି ୫୦ ବର୍ଷ ବୟସ୍କ ଭାରତୀୟ ବଂଶୋଦ୍ଭବ ଡାକ୍ତର ମନୀଷ ଶାହାଙ୍କ ବିରୋଧରେ ମହିଳା ରୋଗୀମାନେ ଆଗତ କରିଥିବା ଅଭିଯୋଗରେ ସତ୍ୟତା ରହିଥିବାର ପ୍ରମାଣ ପାଇବା ପରେ ଲଣ୍ଡନର ଏକ ଅଦାଲତ ଡାକ୍ତର ଶାହାଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।

ହସ୍ତଗତ ରିପୋର୍ଟରୁ ପ୍ରକାଶ ଲଣ୍ଡନର ରୋମଫୋର୍ଡ ସ୍ଥିତ ମାଓ୍ଵନେ ମେଡିକାଲ ସେଣ୍ଟରରେ ଡାକ୍ତର ଭାବେ ନିଯୁକ୍ତ ଥିଲେ ଭାରତୀୟ ବଂଶୋଦ୍ଭବ ଡାକ୍ତର ମନୀଷ ଶାହା। ତେବେ, ଡାକ୍ତର ଶାହାଙ୍କ ନିକଟକୁ ଆସୁଥିବା ମହିଳା ଓ ଯୁବତୀ ରୋଗୀମାନଙ୍କୁ ସେ ପ୍ରଥମେ କ୍ୟାନସର ହୋଇଥିବା କହି ଡରାଇ ଦେଉଥିଲେ। ଓ ଏହାର ସୁଯୋଗ ନେଇ ଆବଶ୍ୟକ ନଥିବା ପରୀକ୍ଷା କରିବା ଆଳରେ ମହିଳା ଓ ଯୁବତୀମାନଙ୍କର ଶରୀରର ବିଭିନ୍ନ ଗୁପ୍ତାଙ୍ଗରେ ହସ୍ତଚାଳନା କରିବା ସହ ନିଜର ଯୌନ ବିକାରକୁ ମେଣ୍ଟାଉଥିଲେ।

publive-image Metro

ଡାକ୍ତର ଶାହା ବିଗତ ବହୁ ବର୍ଷ ଧରି ଏପରି କରି ଆସୁଥିବା ବେଳେ କୌଣସି ମହିଳା ଓ ଯୁବତୀ ତାଙ୍କ ବିରୋଧରେ କୌଣସି ଅଭିଯୋଗ କରି ନଥିଲେ। ତେବେ, ଏଇ ନିକଟରେ ଡାକ୍ତର ଶାହାଙ୍କ ଦ୍ୱାରା ଏପ୍ରକାର ଆଚରଣର ଶିକାର ହୋଇଥିବା ଜଣେ ମହିଳା ତାଙ୍କ ବିରୋଧରେ ଲଣ୍ଡନ ପୁଲିସ୍‌ ନିକଟରେ ଅଭିଯୋଗ କଲାପରେ ପୁଲିସ୍‌ ତାଙ୍କୁ ଗିରଫ କରି ତଦନ୍ତ ଚଳାଇଥିଲା। ତଦନ୍ତ କାଳରେ ଆହୁରି ୨୩ ଜଣ ମହିଳା ଓ ଯୁବତୀ ପୁଲିସ୍‌ ନିକଟକୁ ଆସି ତାଙ୍କ ବିରୋଧରେ ସମାନ ଧରଣର ଅଭିଯୋଗ କରିଥିଲେ। ଏବଂ ଆଗତ ସବୁ ଅଭିଯୋଗରେ ସତ୍ୟତା ରହିଥିବା ଅନୁସନ୍ଧାନ କାଳରେ ଜଣାପଡ଼ିବା ପରେ ଲଣ୍ଡନ୍‌ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe