୧୦ମ ଫେଲ ବରକୁ ବିବାହ କରିବାକୁ ମନା କଲା ଗ୍ରାଜୁଏଟ କନ୍ୟା

୧୦ମ ଫେଲ ବରକୁ ବିବାହ କରିବାକୁ ମନା କଲା ଗ୍ରାଜୁଏଟ କନ୍ୟା | କନ୍ୟାର ନିଷ୍ପତ୍ତି ପାଇଁ ବରମାଲା ପରେ ଘରକୁ ଫେରିଗଲା ବର |ଉତ୍ତରପ୍ରଦେଶର ସୁଲତାନପୁରରେ ଘଟିଛି ଏଭଳି ଘଟଣା |

groom

ସୁଲତାନପୁର: ୧୦ମ ଫେଲ ବରକୁ ବିବାହ କରିବାକୁ ମନା କଲା ଗ୍ରାଜୁଏଟ କନ୍ୟା | ଉତ୍ତରପ୍ରଦେଶର ସୁଲତାନପୁର ଜିଲ୍ଲାରେ ଘଟିଛି ଏଭଳି ଘଟଣା | ବରମାଲା ପରେ ବର ଦଶମ ଫେଲ ବୋଲି ଜାଣି ବିବାହ କରିବାକୁ କନ୍ୟା ମନା କରିଥିବା ସାମ୍ନାକୁ ଆସିଛି | ଏହି ଘଟଣା ଦୋସ୍ତପୁର ପୁଲିସ ଷ୍ଟେସନ ଅଞ୍ଚଳର ମୁସ୍ତଫାବାଦ କାଲା ଗାଁରେ ଘଟିଛି | କନ୍ୟା ମନା କରିବା ପରେ ବର ଫେରିଯାଇଥିବା ଜଣାପଡିଛି |

ସୂଚନା ମୁତାବକ, ମୁସ୍ତଫାବାଦ କାଲା ଗାଁର ଜଣେ ଶ୍ରମିକ ତାଙ୍କ ୨୮ବର୍ଷୀୟ ଗ୍ରାଜୁଏଟ ଝିଅର ବିବାହ ଅଖଣ୍ଡନଗର ପୁଲିସ ଷ୍ଟେସନ ଅଞ୍ଚଳରେ ଥିବା ଏକ ଗାଁର ୩୦ବର୍ଷ ବୟସ୍କ ଯୁବକଙ୍କ ସହିତ ସ୍ଥିର କରିଥିଲେ | ୧୭ ନଭେମ୍ବର ୨୦୨୪ରେ ବିବାହ ପାଇଁ ବରଯାତ୍ରୀ କନ୍ୟା ଘରେ ପହଞ୍ଚିଥିଲା | ଧୁମଧାମରେ ବରଯାତ୍ରୀଙ୍କ ସ୍ୱାଗତ କରାଯିବା  ପରେ ବିବାହ ରୀତିନୀତି ଆରମ୍ଭ ହୋଇଥିଲା | ବରମାଲା ସରିବା ପରେ କନ୍ୟା ବିବାହ କରିବାକୁ ମନା କରିଥିଲା | ମୁଁ ବରଠାରୁ ବେଶି ବୁଦ୍ଧିମାନ ଓ ଅଧିକ ପାଠ ପଢିଛି ବୋଲି କହି କନ୍ୟା ବିବାହ ମଣ୍ଡପରୁ ଚାଲି ଆସିଥିଲା | କନ୍ୟାକୁ ବୁଝାଇବାକୁ ଚେଷ୍ଟା କରାଯାଇଥିଲେ ବି ସେ ବିବାହ କରିବାକୁ ରାଜି ହୋଇନଥିଲେ | ଏହା ଫଳରେ ବରଯାତ୍ରୀ ଧରି ନିଜ ଘରକୁ ଫେରିଥିଲା ବର |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe