ମହାମେଣ୍ଟ ବନାମ ମହାମେଣ୍ଟ

ବିହାର ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୧୫ ଦିନ ବାକି ଥିବା‌ବେଳେ ରାଜ୍ୟରେ ବିରୋଧୀ ମହାମେଣ୍ଟରେ ଆସନ ବୁଝାମଣାକୁ ନେଇ କୌଣସି ନିଷ୍କର୍ଷ ବାହାରି ପାରିନାହିଁ। କଂଗ୍ରେସ ଏବଂ....

Untitled-8

ପା‌ଟନା: ବିହାର ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୧୫ ଦିନ ବାକି ଥିବା‌ବେଳେ ରାଜ୍ୟରେ ବିରୋଧୀ ମହାମେଣ୍ଟରେ ଆସନ ବୁଝାମଣାକୁ ନେଇ କୌଣସି ନିଷ୍କର୍ଷ ବାହାରି ପାରିନାହିଁ। କଂଗ୍ରେସ ଏବଂ ଆର୍‌ଜେଡି ଜାରି କରିଥିବା ପ୍ରାର୍ଥୀ ତାଲିକା ଅନୁଶୀଳନରୁ ଜଣାପଡ଼ିଛି ଯେ ୧୨ ଆସନରେ ମହାମେଣ୍ଟ ବନାମ ମହାମେଣ୍ଟ ଲଢ଼େଇ ହେବ। ଏଭଳି ସ୍ଥିତିରେ ବିରୋଧୀ ମହାମେଣ୍ଟରେ ଥିବା ବିବାଦ ଅଧିକ ଜଟିଳ ହୋଇଛି ଏବଂ ଅନ୍ୟ ଆସନରେ ମଧ୍ୟରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା କରାଯାଉଛି। ଆର୍‌ଜେଡି ଏବଂ କଂଗ୍ରେସ ୬ ଆସନରେ ପରସ୍ପର ବିରୋଧରେ ପ୍ରାର୍ଥୀ ଦେଇଥିବା ବେଳେ ସିପିଆଇ ଏବଂ କଂଗ୍ରେସ ୪  ଆସନରେ ପରସ୍ପର ବିରୋଧରେ ପ୍ରାର୍ଥୀ ଦେଇଛନ୍ତି। ସେହିପରି ମୁକେଶ ଶାହାଣୀଙ୍କ ବିକାଶଶୀଳ ଇନସାନ ପାର୍ଟି (ଭିଆଇପି) ଏବଂ ଆର୍‌ଜେଡି ୨ ଆସନରେ ପରସ୍ପର ବିରୋଧରେ ଲଢ଼ିବେ। ଆର୍‌ଜେଡି ସୋମବାର ୧୪୩ ପ୍ରାର୍ଥୀ ବିଶିଷ୍ଟ ଏକ ତାଲିକା ଜାରି କରିବାପରେ ଚିତ୍ର ସ୍ପ‌ଷ୍ଟ ହୋଇଯାଇଛି। କଂଗ୍ରେସ ଯେଉଁ ୬ଟି ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିଲା ଆର୍‌ଜେଡି ମଧ୍ୟ ସେହି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଏହି ଆସନ ଗୁଡ଼ିକ ହେଉଛି ବୈଶାଳୀ, ସିକନ୍ଦରା, କହଲଗାଓଁ, ସୁଲତାନଗଞ୍ଜ, ନରକଟିଆଗଞ୍ଜ ଏବଂ ୱର୍‌ସଲିଗଞ୍ଜ।

ଇତିମଧ୍ୟରେ ବଚ୍ଛୱାଡ଼ା, ରାଜପକର, ବିହାର ସରିଫ୍‌ ଏବଂ କର୍‌ଗହରରେ ବାମ ଦଳ ଏବଂ କଂଗ୍ରେସ ପରସ୍ପର ବିରୋଧରେ ପ୍ରାର୍ଥୀ ଦେଇଛନ୍ତି। ବିରୋଧୀ ମହାମେଣ୍ଟରେ ଏବେ ଯେଉଁ ବୁଝାମଣା ଅନିଶ୍ଚିତତା ଜାରି ରହିଛି ତାହା ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥିପତ୍ର ପ୍ରତ୍ୟାହା‌ରର ଶେଷ ତାରିଖ ଅକ୍ଟୋବର ୨୩ ତାରିଖରେ ତାହାର ଚିତ୍ର ସ୍ପଷ୍ଟ ହେବ। ଅନ୍ୟପକ୍ଷେ ଅକ୍ଟୋବର ୨୦ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍‌ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ହୋଇଥିବାବେ‌ଳେ ମହାମେଣ୍ଟ ପକ୍ଷରୁ ଆନୁଷ୍ଠାନିକ ଭାବେ ଆସନ ବୁଝାମଣା ନେଇ କୌଣସି ଘୋଷଣା କରାଯାଇନାହିଁ। ତେବେ ରାଜନୈତିକ ସମୀକ୍ଷକମାନେ କହୁଛନ୍ତି ଯେ ମେଣ୍ଟ ମଧ୍ୟରେ ଏ‌ହି ଅନ୍ତଃକନ୍ଦଳ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟକୁ ଫାଇଦା ଦେବ। ମହାମେଣ୍ଟର ଏଭଳି ସ୍ଥିତି ସଂକ୍ରାନ୍ତରେ ଟିପ୍ପଣୀ ଦେଇ ଏଲ୍‌ଜେପି (ଲୋକ ଜନଶକ୍ତି ପାର୍ଟି) ମୁଖ୍ୟ ଚିରାଗ ପାଶ୍ବାନ କହିଛନ୍ତ, ‌କେବେ ବି ଏମିତି ନିର୍ବାଚନ ଦେଖିନାହିଁ ଯେଉଁଠି ଏଭଳି ଏକ ବଡ଼ ମେଣ୍ଟ ଏଭଳି ଭାଙ୍ଗିବା ସ୍ଥିତିକୁ ଆସିଥିବ। ପସନ୍ଦର ଆସନକୁ ନେଇ ବିବାଦ ‌ହୋଇଥାଏ କିନ୍ତୁ ସଂଖ୍ୟାକୁ ନେଇ ଏମିତି ବିବାଦ କେବେ ଦେଖିବାକୁ ମିଳିନାହିଁ। ଅନ୍ୟପକ୍ଷରେ ମହାମେଣ୍ଟ ନେତାମାନେ ଏହାକୁ ଏକ ବନ୍ଧୁତ୍ବପୂର୍ଣ୍ଣ ଲଢ଼େଇ କହିଛନ୍ତି। ଚିରାଗ ଏ ସଂକ୍ରାନ୍ତରେ କହିଛନ୍ତି ଯେ ବନ୍ଧୁତ୍ବପୂର୍ଣ୍ଣ ଲଢ଼େଇ ବୋଲି କିଛି ନାହିଁ। ଆପଣ ବନ୍ଧୁ ହୋଇପାରନ୍ତି କିମ୍ବା ଶତ୍ରୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe