ଆମ ପୁଅ ଭଳି ଅତ୍ୟାଚାର କୌଣସି ସନ୍ତାନ ନକରନ୍ତୁ; ଏଭଳି ଲେଖି ଜୀବନ ହାରିଲେ ଆଇଏଏସ୍ ଅଫିସରଙ୍କ ଜେଜେ ମା’-ବାପା

Advertisment
ଆମ ପୁଅ ଭଳି ଅତ୍ୟାଚାର କୌଣସି ସନ୍ତାନ ନକରନ୍ତୁ; ଏଭଳି ଲେଖି ଜୀବନ ହାରିଲେ ଆଇଏଏସ୍ ଅଫିସରଙ୍କ ଜେଜେ ମା’-ବାପା

ଚଣ୍ଡୀଗଡ଼: "ଯେଉଁଭଳି ଅତ୍ୟାଚାର ସେ ୪ ଜଣ ଆମ ଦୁହିଁଙ୍କ ଉପରେ କରିଛନ୍ତି, ସେଭଳି ଅତ୍ୟାଚାର କୌଣସି ସନ୍ତାନ ନିଜ ବାପା-ମା’ଙ୍କ ସହ ନକରନ୍ତୁ। ଯେଉଁମାନେ ମୋ କଥା ପଢ଼ୁଛନ୍ତି ସେମାନଙ୍କୁ ଅନୁରୋଧ ଯେ ପିତାମାତାଙ୍କ ଉପରେ ଏପରି ଅତ୍ୟାଚାର କର ନାହିଁ। ଯେତେବେଳେ ସରକାର ଏବଂ ସମାଜ ସେମାନଙ୍କୁ ଦଣ୍ଡ ଦେବେ ସେତେବେଳେ ଯାଇ ମୋର ଆତ୍ମା ​​ଶାନ୍ତି ପାଇବ। "

ଏଭଳି ଦୁଃଖଭରା ପତ୍ର ଲେଖି ଏକ ବୃଦ୍ଧ ଦମ୍ପତି ଜୀବନ ହାରିଥିବା ଜଣାପଡ଼ିଛି। ହରିୟାଣାର ଚରଖୀ ଦାଦରୀରେ ଘଟିଛି ଏଭଳି  ହୃଦୟ ବିଦାରକ ଘଟଣା। ସବୁଠାରୁ ବଡ଼ କଥା ହେଲା ଏଇ ବୃଦ୍ଧ ଦମ୍ପତି ହେଉଛନ୍ତି ଆଇଏଏସ ଅଫିସର ବିବେକ ଆର୍ଯ୍ୟଙ୍କ ଜେଜେ ବାପା-ଜେଜେମା’। ନିଜ ପୁଅ ଓ ବୋହୂଙ୍କ ଅତ୍ୟାଚାର ସହି ନପାରି ଜୀବନ ହାରିଥିବା ସୁଇସାଇଡ୍ ନୋଟରେ ଲେଖିଛନ୍ତି ଦମ୍ପତ୍ତି। ଏହାକୁ ଆଧାର କରି ପୁଲିସ ୪ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।

बेटे के पास मुझे देने के लिए दो रोटी नहीं...', लिख IAS अफसर के दादा-दादी ने  की आत्महत्या - Grandparents of IAS committed suicide in Haryana handed over  suicide note to police aajtak

ସୂଚନାନୁସାରେ, ୭୮ବର୍ଷିୟ ଜଗଦୀଶ ଚନ୍ଦ୍ର ଆର୍ଯ୍ୟ ଏବଂ ୭୭ ବର୍ଷିୟ ଭାଗଲି ଦେବୀ ତାଙ୍କ ବଡ଼ ପୁଅ ବୀରେନ୍ଦ୍ର ଆର୍ଯ୍ୟଙ୍କ ସହ ରହୁଥିଲେ। ବୀରେନ୍ଦ୍ରଙ୍କ ପୁଅ ବିବେକ ଆର୍ଯ୍ୟ ୨୦୨୧ରେ ଆଇଏଏସ୍ ଚାକିରି ପାଇଥିଲେ। ବୁଧବାର ଜଗଦୀଶ ଓ ଭାଗଲି ବିଷ ପିଇବା ସହ ପୁଲିସକୁ କଲ୍ କରି ଏ ବିଷୟରେ ଜଣାଇଥିଲେ। ପୁଲିସ ଖବର ପାଇ ବୀରେନ୍ଦ୍ରଙ୍କ ଘରେ ପହଞ୍ଚିବା ପରେ ଜଗଦୀଶ ତାଙ୍କୁ ସୁଇସାଇଡ ନୋଟ ଧରାଇଥିଲେ। ଦୁହିଁଙ୍କ ଅବସ୍ଥା ବିଗୁଡ଼ୁଥିବା ଦେଖି ପୁଲିସ ଦୁହିଁଙ୍କୁ ଡାକ୍ତରଖାନା ନେଇଥିଲେ ବି ସେଠାରେ ଦୁହିଁଙ୍କର ମୃତ୍ୟୁ ହୋଇଥିଲା।

ମୃତ୍ୟୁ ପରେ ପୁଲିସ ସୁଇସାଇଡ ନୋଟ ପଢ଼ିଥିଲା। ଏଥିରେ ଲେଖାଥିଲା, "ମୁଁ ଜଗଦୀଶ ଚନ୍ଦ୍ର ଆର୍ଯ୍ୟ ଆପଣଙ୍କୁ ମୋର ଦୁଃଖ କହୁଛି। ବାଢ଼ଡାରେ ମୋ ପୁଅର ୩୦କୋଟି ସମ୍ପତ୍ତି ଅଛି, କିନ୍ତୁ ଆମକୁ ଦେବା ପାଇଁ ତା’ ପାଖରେ ଦୁଇ ଖଣ୍ଡ ରୁଟି ନାହିଁ। ଆମେ ଆମ ସାନ ପୁଅ ସହିତ ରହୁଥିଲୁ। ସେ ୬ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଥିଲେ। କିଛି ଦିନ ପାଇଁ ତାଙ୍କ ପତ୍ନୀ ଆମକୁ ଖାଇବାକୁ ଦେଇଥିଲେ। କିନ୍ତୁ ପରେ ସେ ଭୁଲ କାମ କରିବା ଆରମ୍ଭ କରିଥିଲେ। ଆମେ ଯେତେବେଳେ ଏହାକୁ ବିରୋଧ କରିଥିଲୁ, ସେ ଆମକୁ ମାଡ଼ ମାରି ଘରୁ ବାହାର କରି ଦେଇଥିଲେ। ଏହା ପରେ ଆମେ ଦୁଇ ବର୍ଷ ଅନାଥ ଆଶ୍ରମରେ ରହିଲୁ। ୨ବର୍ଷ ବିତିବା ପରେ ବଡ଼ ପୁଅ ବୀରେନ୍ଦ୍ର ଘରକୁ ଆସି ରହିବା ଆରମ୍ଭ କଲୁ। କିଛି ଦିନ ସେଠାରେ ରହିବା ପରେ ସେ ବି ଆମକୁ ରଖିବାକୁ ମନା କରିବା ସହ ବାସୀ ଖାଦ୍ୟ ଦେବା ଆରମ୍ଭ କଲା। କେତେ ଦିନ ଆମେ ଏଭଳି ବଞ୍ଚିଥାନ୍ତୁ। ସେଥିପାଇଁ ଆମେ ଏ ପଦକ୍ଷେପ ନେଉଛୁ। ଆମର ଏହି ପଦକ୍ଷେପ ପାଇଁ ମୋର ୨ ବୋହୂ, ଜଣେ ପୁଅ ଓ ଜଣେ ପୁତୁରା ଦାୟୀ। ବ୍ୟାଙ୍କରେ ମୋର ଦୁଇଟି ଏଫଡି ଏବଂ ବାଢ଼ଡ଼ାଠାରେ ଏକ ଦୋକାନ ଅଛି, ସେଗୁଡିକ ଆର୍ଯ୍ୟ ସମାଜ ବାଢ଼ଡ଼ା ଦେଇଦେବେ।"

ତେବେ ଜଗଦୀଶ ଏଭଳି ଦାବି କରିଥିବା ବେ‌ଳେ ତାଙ୍କ ପୁଅ ବୀରେନ୍ଦ୍ର ଏହାକୁ ମିଛ ବୋଲି କହିଛନ୍ତି। ଦୁହେଁ ରୋଗଗ୍ରସ୍ତ ଥିବାରୁ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ସେ। ତେବେ ପୁଲିସ ଏବେ ସୁଇସାଇଡ ନୋଟକୁ ଆଧାର କରି ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe