ଚଣ୍ଡିଗଡ଼: ୩ଦିନ ମଧ୍ୟରେ ବଦଳିଗଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ୩ ଦିନ ତଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ପାପ କରୁଥିବା କହିଥିଲେ ସିଦ୍ଧୁ। ହେଲେ ଆଜି ତାଙ୍କୁ ଭେଟିବା ପରେ ସେ ବହୁତ ଭଲ ବୋଲି କହିଛନ୍ତି ସିଦ୍ଧୁ। ସୋମବାର ଦିନ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଭେଟିଥିଲେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ। ବୈଠକ ପରେ ସିଦ୍ଧୁ କହିଛନ୍ତି ଯେ, ମୋତେ ଲାଗିଲାନି ଯେ, ମୁଁ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛି। ମାନ୍ ବହୁତ ଭଲ ଏବଂ ବିନୟୀ।
ବୈଠକରେ କେଉଁ ବିଷୟରେ ଆଲୋଚନା କରାଗଲା ବୋଲି ପ୍ରଶ୍ନ କରାଯିବାରୁ ସିଦ୍ଧୁ କହିଥିଲେ ଯେ, ଆମେ ଆଇନ ଶୃଙ୍ଖଳା, ଆର୍ଥିକ ଜରୁରୀକାଳୀନ ପରିସ୍ଥିତି, ଡ୍ରଗ୍ ସମସ୍ୟା ଏବଂ ଡ୍ରଗ୍ ଚୋରା ଚାଲାଣକାରୀ ଓ ପୁଲିସ୍ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଆଲୋଚନା କଲୁ। ତାଙ୍କୁ ମୁଁ କିଛି ପରିବର୍ତ୍ତନ ଆଣିବା ପାଇଁ ପରାମର୍ଶ ମଧ୍ୟ ଦେଇଛି।
indiatodayଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ତେଜିନ୍ଦରଙ୍କ ଗିରଫଦାରିକୁ ଭୁଲ ବୋଲି କହିଥିଲେ। ଟ୍ବିଟ କରି ସିଦ୍ଧୁ କହିଥିଲେ ଯେ, ତେଜିନ୍ଦର ବଗ୍ଗା ଅନ୍ୟ ଦଳର ହୋଇଥାଇପାରନ୍ତି ଓ ଆଦର୍ଶଗତ ମତଭେଦ ଥାଇପାରେ। କିନ୍ତୁ ପଞ୍ଜାବ ପୁଲିସ୍ ମାଧ୍ୟମରେ ଯେଭଳି ଭାବେ ତାଙ୍କୁ ଉଠାଇନିଆଯାଇଥିଲା ତାହା ଅରବିନ୍ଦ କେଜ୍ରିୱାଲ ଏବଂ ଭଗବନ୍ତ ମାନଙ୍କର ରାଜନୈତିକ ପାପ ଛଡା ଆଉ କିଛି ନୁହେଁ’। ହେଲେ ଆଜି ମୁଖ୍ୟମନ୍ତ୍ରୀ ମାନଙ୍କୁ ଭେଟିବା ପରେ ତାଙ୍କର ପ୍ରଶଂସା କରିଛନ୍ତି ସିଦ୍ଧୁ।
Follow Us