ରାମ ମନ୍ଦିର ଉତ୍ସବକୁ ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ନିମନ୍ତ୍ରଣ କରା ନ ଯାଇଥିଲେ ବଡ଼ ଅନ୍ୟାୟ ହେବ: ଅଧୀର ରଞ୍ଜନ ଚୌଧୁରୀ

Advertisment
ରଦ୍ଦ ହେଲା ଲୋକସଭାରୁ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ନିଲମ୍ବନ

Image Courtesy of India Today

ନୂଆଦିଲ୍ଲୀ: ସୋମବାର ଦିନ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଟୁଇଟ୍‌ କରି କହିଛନ୍ତି ଯେ, ଯଦି ଅଯୋଧ୍ୟା‌ରେ ହେଉଥିବା ଭୂମିପୂଜନ ଉତ୍ସବରେ ଯୋଗ ଦେବାକୁ ଆୟୋଜକମାନେ ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ଆମନ୍ତ୍ରଣ ନ କରିଥିବେ, ଏହା ତାଙ୍କ ପ୍ରତି ବଡ଼ ଅନ୍ୟାୟ ହେବ।

ଅଧୀର ରଞ୍ଜନ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବତନ ପ୍ରଧାନ ବିଚାରପତି ରାମ ମନ୍ଦିର ରାୟକୁ ରୂପାୟଣ କରିବାରେ ପ୍ରମୁଖ ବିନ୍ଧାଣୀ ହୋଇଥିବାରୁ ରାମ ମନ୍ଦିର ଶିଳାନ୍ୟାସ ଉତ୍ସବ ଆୟୋଜକମାନେ ତାଙ୍କୁ ନିମନ୍ତ୍ରଣ କରିବା ଉଚିତ।

publive-image Image Courtesy of Zee News

ଟୁଇଟ୍‌ରେ ଅଧୀର ରଞ୍ଜନ କହିଛନ୍ତି, ଆୟୋଜକମାନେ ରାମ ମନ୍ଦିର ବିବାଦରେ ଐତିହାସିକ ରାୟକୁ ରୂପାୟଣ କରିଥିବା ମୁଖ୍ୟ ବ୍ୟକ୍ତି ହେଉଛନ୍ତି ଭାରତର ପୂର୍ବତନ ପ୍ରଧାନ ବିଚାରପତି ଶ୍ରୀଯୁକ୍ତ ରଞ୍ଜନ ଗୋଗୋଇ। ତାଙ୍କୁ ଏହି ଭବ୍ୟ ଉତ୍ସବରେ ଯୋଗ ଦେବାକୁ ଡାକିବା ଆବଶ୍ୟକ। ତା’ ନ ହେଲେ ଭାରତର ପୂର୍ବତନ ପ୍ରଧାନ ବିଚାରପତିଙ୍କ ପ୍ରତି ବଡ଼ ଅନ୍ୟାୟ ହେବ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ଅଗଷ୍ଟ ୫ ତାରିଖ ଦିନ ରାମ ମନ୍ଦିର ନିର୍ମାଣ ଲାଗି ଐତିହାସିକ ଭୂମିପୂଜନ ଉତ୍ସବ ମହା ସମାରୋହରେ ଆୟୋଜନ କରାଯାଉଛି। ନିକଟରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ ପ୍ରାଚୀନ ପବିତ୍ର ନଗରୀ ଅଯୋଧ୍ୟାକୁ ଭାରତ ଏବଂ ବିଶ୍ବର ଗୌରବ ଭାବେ ବିକଶିତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe