ଗିଲ୍‌ଗିଟ୍‌ରେ ପାକ୍‌ ବିରୋଧୀ ବିଶାଳ ଆନ୍ଦୋଳନ 

ଗିଲ୍‌ଗିଟ୍‌ରେ ପାକ୍‌ ବିରୋଧୀ ବିଶାଳ ଆନ୍ଦୋଳନ 

ଗିଲ୍‌ଗିଟ୍‌: ପାକିସ୍ତାନ ଅଧିକୃତ କଶ୍ମୀରର ଗିଲଗିଟ-ବାଲ୍‌ତିସ୍ଥାନ ପ୍ରଦେଶରେ ପାକ୍‌ ସରକାର ଓ ସେନାର ଦମନ ନୀତି ବିରୋଧରେ ଆଜି  ୨୦ ହଜାରୁ ଅଧିକ ଜନତା ରାସ୍ତାକୁ ଓହ୍ଲାଇଛନ୍ତି। ପାକିସ୍ତାନ ବିରୋଧରେ ଏଭଳି ବିଶାଳ ବିକ୍ଷୋଭ ସରକାରକୁ ବିଚଳିତ କରିଦେଇଥିବା ବେଳେ ଆନ୍ଦୋଳନକୁ ଦମନ କରିବା ପାଇଁ ଲୋକଙ୍କୁ ଭୟଭୀତ କରାଯାଉଛି ।  ଅନ୍ୟପକ୍ଷରେ ଅସହଯୋଗ ଆନ୍ଦୋଳନ ତୀବ୍ର ରୂପ ନେଇଥିବାରୁ ସ୍ଥାନୀୟ ପ୍ରଶାସନ ସେନାର ସହାୟତା ଲୋଡ଼ିଚି। ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ଟିକସ ବ୍ୟବସ୍ଥାକୁ ବିରୋଧ କରି ଜନସାଧାରଣ ରାସ୍ତାକୁ ଓହ୍ଲାଇଛନ୍ତି। ସରକାର ବିରୋଧୀ ସ୍ଳୋଗାନ୍‌ ସହ ବିରୋଧ ପ୍ରଦର୍ଶନ ଜାରି ରହିଛି । ପାକିସ୍ତାନ ସରକାର ଦେଶର ଅର୍ଥ ବ୍ୟବସ୍ଥାକୁ ସୁଧାରିବାକୁ ଯାଇ ଲୋକଙ୍କ ମୁଣ୍ଡ ଉପରେ ଟିକସ ବୋଝ ଲଦି ଦେଇଛନ୍ତି।   ପାକ୍‌ ଅଧିକୃତ କଶ୍ମୀର ଓ ଗିଲଗିଟ-ବାଲତିସ୍ଥାନ ଦେଶର ମୁଖ୍ୟ ବିବାଦୀୟ ଅଞ୍ଚଳ ହୋଇଥିବାରୁ ଏଠାରେ ସରକାରଙ୍କ କୌଣସି ଟିକସ ବ୍ୟବସ୍ଥା ଲାଗୁ ହେବନି ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ବି ପାକିସ୍ତାନ ସରକାର  ଲୋକଙ୍କ ଠାରୁ କର ଆଦାୟ କରୁଛନ୍ତି। ସରକାରଙ୍କ ଏଭଳି କାର୍ଯ୍ୟକୁ  ବ୍ୟବସାୟୀ ଗୋଷ୍ଠୀ ତୀବ୍ର ବିରୋଧ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe