ବ୍ରିଟେନ ଅର୍ଥନୀତିକୁ ବଡ଼ ଝଟ୍‌କା

Advertisment

୨୦୨୦ରେ ଜିଡିପି ୧୧% ସଙ୍କୁଚିତ, ୩୦୦ ବର୍ଷ ମଧ୍ୟରେ ସର୍ବାଧିକ

୨୦୨୦ରେ ଜିଡିପି ୧୧% ସଙ୍କୁଚିତ, ୩୦୦ ବର୍ଷ ମଧ୍ୟରେ ସର୍ବାଧିକ

ବ୍ରିଟେନ ଅର୍ଥନୀତିକୁ ବଡ଼ ଝଟ୍‌କା

History | HowStuffWorks

ଲଣ୍ଡନ: କରୋନା ମହାମାରୀ ବେଳେ ବ୍ରିଟେନ ଅର୍ଥନୀତିକୁ ବଡ଼ ଝଟ୍‌କା ଲାଗିଛି। ବ୍ରିଟେନର ଆର୍ଥିକ ଉତ୍ପାଦନ ୨୦୨୦ ମସିହାରେ ୧୧ ପ୍ରତିଶତ ସଙ୍କୁଚିତ ହୋଇଛି, ଯାହାକି ୩୦୦ ବର୍ଷରୁ ଅଧିକ ସମୟ ମଧ୍ୟରେ ଦେଖାଯାଇ ନଥିଲା। ପୂର୍ବରୁ ୧୭୦୯ ମସିହାରେ ବ୍ରିଟେନରେ ଭୟଙ୍କର ଶୀତ ଲହର ‌ଆସିଥିଲା। ଏଥିପାଇଁ ଅର୍ଥନୈତିକ କାର୍ଯ୍ୟକଳାପ ପ୍ରଭାବିତ ହୋଇଥିଲା। ବ୍ରିଟେନ ଅର୍ଥନୀତିର ଜିଡିପିରେ ବଡ଼ ସଂକୋଚନ ହୋଇଥିଲା। ସେହି ଶୀତ ଲହର ବା ଭୟଙ୍କର ଶୀତ ଇତିହାସରେ ‘ଗ୍ରେଟ୍‌ ଫ୍ରଷ୍ଟ’ ନାମରେ ପରିଚିତ।

ବ୍ରିଟେନର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଓଏନଏସ)ର ରିପୋର୍ଟ ଅନୁଯାୟୀ ୨୦୨୦ରେ ‌ଦେଶର ଜିଡିପି ୧୧ ପ୍ରତିଶତ ହ୍ରାସ ପାଇଛି। ଅର୍ଥାତ ପୂର୍ବ ଆକଳନ ତୁଳନାରେ ୧.୭ ପ୍ରତିଶତ ଅଧିକ ହ୍ରାସ ଘଟିଛି। ପରିସଂଖ୍ୟାନ କାର୍ଯ୍ୟାଳୟର ପ୍ରାରମ୍ଭିକ ଆକଳନରେ ଯଦିଓ ଅନୁମାନ କରାଯାଇଥିଲା ଯେ ୨୦୨୦ରେ ଅଭିବୃଦ୍ଧିରେ ବଡ଼ ହ୍ରାସ ଦେଖାଦେବ, ତଥାପି ଏହା ୯.୩ ପ୍ରତିଶତ କମିବ‌ ବୋଲି ଆକଳନ କରାଯାଇଥିଲା। କିନ୍ତୁ ନିକଟରେ ‌ଏହି କାର୍ଯ୍ୟାଳୟ ପକ୍ଷରୁ ସଂଶୋଧିତ ଆକଳନରେ ଉକ୍ତ ହ୍ରାସ ୧୧ ପ୍ରତିଶତ ବୋଲି କୁହାଯାଇଛି। ଆମେରିକା ଠାରୁ ଆରମ୍ଭ କରି ଜାପାନ, କାନାଡ଼ା ଆଦି ଅନ୍ୟ ବିକଶିତ ଦେଶର ଜିଡିପି ଅଭିବୃଦ୍ଧିର ସଂକୋଚନ ୩.୪ରୁ ୫.୨ ପ୍ରତିଶତ ମଧ୍ୟରେ ରହିଥିଲା।

ତେବେ ୨୦୨୧ରେ ବ୍ରିଟେନ ଅର୍ଥନୀତିର ସୁଧାର ମହାମାରୀ ପୂର୍ବସ୍ଥିତିକୁ ଆସିଯାଇଥିଲା। କିନ୍ତୁ ଏବେ ମୁଦ୍ରାସ୍ଫୀତି ଅଧିକ ବେଗରେ ବଢ଼ୁଥିବାରୁ ବ୍ରିଟେନ ଅର୍ଥନୀତି ଚଳିତବର୍ଷ ଶେଷବେଳକୁ ମାନ୍ଦାବସ୍ଥା ଭିତରକୁ ଯାଇପାରେ ବୋଲି ବ୍ୟାଙ୍କ ଅଫ୍ ଇଂଲଣ୍ଡ ଅନୁମାନ କରୁଛି। ଆସନ୍ତା ସେପ୍ଟେମ୍ବର ୩୦ରେ ବ୍ରିଟେନ ଅର୍ଥନୀତିର ୨୦୨୧ ବର୍ଷର ଏବଂ ୨୦୨୨ ବର୍ଷର ପ୍ରଥମ ୬ ମାସର ଅଭିବୃଦ୍ଧି ରିପୋର୍ଟ ପରିସଂଖ୍ୟାନ କାର୍ଯ୍ୟାଳୟ ପ୍ରକାଶ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe