୧୫୦ ଟଙ୍କା ଖର୍ଚ୍ଚ କରି ପ୍ରକଳ୍ପ ତିଆରି କରିଥିବା ଛାତ୍ର ନାସା ଯିବା ପାଇଁ ହୋଇଛନ୍ତି ଚୟନ

Advertisment
୧୫୦ ଟଙ୍କା ଖର୍ଚ୍ଚ କରି ପ୍ରକଳ୍ପ ତିଆରି କରିଥିବା ଛାତ୍ର ନାସା ଯିବା ପାଇଁ ହୋଇଛନ୍ତି ଚୟନ

ନୂଆଦିଲ୍ଲୀ: ଗ୍ରେଟର ନୋଏଡାସ୍ଥିତ ଦାଦରି ନାମକ ଏକ ଛୋଟ ଗ୍ରାମରେ ବସବାସ କରୁଥିବା ବାଳକ ଆମେରିକୀୟ ଅନ୍ତରୀକ୍ଷ ଏଜେନ୍‌ସି ନାସା ଯିବା ପାଇଁ ଚୟନ ହୋଇଛନ୍ତି। ୧୫ବର୍ଷର ବାଳକ ଉତ୍କର୍ଷ ଜାନୁଆରିରେ ଏକ ବିଜ୍ଞାନ ମେଳାରେ ଭାଗ ନେଇଥିଲେ। ଏଥିରେ ସେ ତାର ବିହୀନ ଏକ ଇଲେକ୍ଟ୍ରିକ ଗାଡ଼ିର ଚାର୍ଜର ତିଆରି କରିଥିଲେ।

ଆମେରିକୀୟ ଅନ୍ତରୀକ୍ଷ ଏଜେନ୍‌ସି ନାସା ଯିବା ଖବର ଆସିବା ପରେ ଚର୍ଚ୍ଚାକୁ ଆସିଥିବା ଉତ୍କର୍ଷ କହିଛନ୍ତି, ‘ମୁଁ ମାତ୍ର ୧୫୦ଟଙ୍କା ଖର୍ଚ୍ଚ କରି ଏହି ପ୍ରକଳ୍ପ ତିଆରି କରିଥିଲି। ବିଜ୍ଞାନ ମେଳାରେ ସାମିଲ ହେବା ପରେ ଜାଣିଲି ସେଠାରେ ଭାଗ ନେଇଥିବା ପିଲାମ‌ାନେ ନିଜନିଜ ପ୍ରକଳ୍ପ ପାଇଁ ୨୫ହଜାର ଟଙ୍କାରୁ ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି ସୁନ୍ଦର ସୁନ୍ଦର ଆକର୍ଷଣୀୟ ପ୍ରକଳ୍ପ ତିଆରି କରିଛନ୍ତି।

ଏହାକୁ ଦେଖି ଏହି ବିଜ୍ଞାନ ମେଳାରେ ମୁଁ କାହିଁକି ଭାଗ ନେଲି ବ‌ୋଲି ଭାବିଥିଲି। କାରଣ ଅନ୍ୟ ପ୍ରତିଯୋଗୀଙ୍କ ତୁଳନାରେ ମୋର ପ୍ରକଳ୍ପ ମୋତେ ଅତି ସାମାନ୍ୟ ଲାଗୁଥିଲା। କିନ୍ତୁ ପ୍ରଦର୍ଶନୀ ଶେଷରେ ଜିଲ୍ଲାପାଳ ମୋର ପ୍ରକଳ୍ପର ଖୁବ ପ୍ରଶଂସା କରିଥି‌ଲେ। ନିକଟ‌ରେ ଖବର ମିଳିଛି କି ଏକ ଦଳ ସହିତ ମୋତେ ନାସା ପଠାଯିବା ପାଇଁ ଚୟନ କରାଯାଇଛି। ଏହି ଦଳ ରୋଭର ତିଆରି କରୁଥିବା କାମ କରୁଛନ୍ତି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe