Green clearance: ସବୁଜ ମଞ୍ଜୁରି ଉପରେ ପ୍ରତିବନ୍ଧକ ମାମଲା: ପୂର୍ବ ରାୟ ପ୍ରତ୍ୟାହାର

ସୁପ୍ରିମ୍‌କୋର୍ଟ ମଙ୍ଗଳବାର ନିଜର ପୂର୍ବ ରାୟକୁ ଖାରଜ କରି ଦେଇଛନ୍ତି ଯାହା କେନ୍ଦ୍ରକୁ ଅତୀତର ପରିବେଶ ମଞ୍ଜୁରୀ ପ୍ରଦାନ କରିବାକୁ ବାରଣ କରିଥିଲା। ମେ ୧୬ ତାରିଖରେ ଜଷ୍ଟିସ୍ ଏଏସ୍ ଓକା (ଅବସରପ୍ରାପ୍ତ) ଓ ଜଷ୍ଟିସ୍ ଉଜ୍ଜ୍ବଲ ଭୂୟାଁଙ୍କ ଖଣ୍ଡପୀଠ....

supreme court

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ ମଙ୍ଗଳବାର ନିଜର ପୂର୍ବ ରାୟକୁ ଖାରଜ କରି ଦେଇଛନ୍ତି ଯାହା କେନ୍ଦ୍ରକୁ ଅତୀତର ପରିବେଶ ମଞ୍ଜୁରୀ ପ୍ରଦାନ କରିବାକୁ ବାରଣ କରିଥିଲା। ମେ ୧୬ ତାରିଖରେ ଜଷ୍ଟିସ୍ ଏଏସ୍ ଓକା (ଅବସରପ୍ରାପ୍ତ) ଓ ଜଷ୍ଟିସ୍ ଉଜ୍ଜ୍ବଲ ଭୂୟାଁଙ୍କ ଖଣ୍ଡପୀଠ ପୂର୍ବର ‘ବନଶକ୍ତି ରାୟ’ରେ କହିଥିଲେ ଯେ ପୁରୁଣା ମଞ୍ଜୁରି ଅନୁମତିଯୋଗ୍ୟ ନୁହେଁ। ପ୍ରଦୂଷଣମୁକ୍ତ ପରିବେଶରେ ବଞ୍ଚିବାର ଅଧିକାର ଜୀବନର ମୌଳିକ ଅଧିକାରର ଏକ ଅଂଶ। ମଙ୍ଗଳବାର ସୁପ୍ରିମ୍‌କୋର୍ଟର ତିନିଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତିକୁ ୨:୧ ସଂଖ୍ୟାଗରିଷ୍ଠତାରେ ଖାରଜ କରିଦେଇଛନ୍ତି। ପ୍ରତ୍ୟେକ ବିଚାରପତି ବନଶକ୍ତି ରାୟ ବିରୋଧରେ ଦାଖଲ ହୋଇଥିବା ପ୍ରାୟ ୪୦ଟି ସମୀକ୍ଷା ଓ ସଂଶୋଧନ ଆବେଦନ ଉପରେ ପୃଥକ୍ ମତାମତ ଦେଇଛନ୍ତି।

ପ୍ରଧାନ ବିଚାରପତି ବିଆର୍ ଗୱାଇ ଓ ଜଷ୍ଟିସ୍ କେ ବିନୋଦ ଚନ୍ଦ୍ରନ ଏହି ରାୟ ପ୍ରତ୍ୟାହାର କରିବାକୁ ରାଜି ହୋଇଥିବା ବେଳେ ଜଷ୍ଟିସ୍ ଭୂୟାଁ ଏଥିରେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ସବୁଜ ନିୟମ ଉଲ୍ଲଂଘନ କରୁଥିବା ପ୍ରକଳ୍ପଗୁଡ଼ିକୁ ପିଛିଲା ପରିବେଶ ମଞ୍ଜୁରୀ ଦେବାର କୌଣସି ଆଧାର ନାହିଁ। ସିଜେଆଇ କହିଛନ୍ତି, ଯଦି ଅନୁମୋଦନର ସମୀକ୍ଷା କରା ନ ଯାଏ ତେବେ ୨୦ ହଜାର କୋଟି ଟଙ୍କାର ସାର୍ବଜନୀନ ପ୍ରକଳ୍ପ ଭାଙ୍ଗିବାକୁ ପଡ଼ିବ। ମୋ ବିଚାରରେ ମୁଁ ପ୍ରତ୍ୟାହାର କରିବାକୁ ଅନୁମତି ଦେଇଛି। ତେବେ ମୋ ବିଚାରକୁ ମୋ ଭାଇ ‘ଜଷ୍ଟିସ୍ ଭୂୟାଁ’ ସମାଲୋଚନା କରିଛନ୍ତି ବୋଲି ସେ କହିଛନ୍ତି। ଶୁଣାଣି ସମୟରେ କପିଲ ସିବଲ, ମୁକୁଲ ରୋହତଗୀ ଓ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ସମେତ ଅନେକ ବରିଷ୍ଠ ଓକିଲ ପ୍ରମୁଖ ଶିଳ୍ପ, ଖଣି ଓ ଭିତ୍ତିଭୂମି ପ୍ରକଳ୍ପ ଉପରେ ଏହାର ଗୁରୁତର ପ୍ରଭାବ ଦର୍ଶାଇ ମେ ୧୬ ରାୟର ପୁନର୍ବିଚାର କିମ୍ବା ସଂଶୋଧନ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ। ପୂର୍ବ ରାୟ ଅନୁଯାୟୀ ଅନେକ ଚାଲୁଥିବା ଓ ସମାପ୍ତ ହୋଇଥିବା ପ୍ରକଳ୍ପ ବନ୍ଦ ହେବା କିମ୍ବା ଭାଙ୍ଗିବାର ଆଶଙ୍କା ରହିଛି। ତେବେ ବରିଷ୍ଠ ଓକିଲ ଗୋପାଳ ଶଙ୍କରନାରାୟଣନ, ସଞ୍ଜୟ ପାରିଖ ଓ ଆନନ୍ଦ ଗ୍ରୋଭର ଯୁକ୍ତି କରିଛନ୍ତି ଯେ, ପରିବେଶ ଉଲ୍ଲଂଘନକାରୀଙ୍କୁ ଅନୁମତି ଦେଇ କୋର୍ଟ ‘ଅରାଜକତା’କୁ ବୈଧ କରିବା ଉଚିତ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe