ରାହୁଲଙ୍କ ମୁହଁ ଉପରେ ସବୁଜ ଆଲୋକ ସ୍ନାଇପର୍‌ ଗନ୍‌ର ଆଲୋକ ନଥିଲା ବରଂ କଂଗ୍ରେସ ଫଟୋଗ୍ରାଫରଙ୍କର ମୋବାଇଲ କ୍ୟାମେରାର ଆଲୋକ ଥିଲା: କେନ୍ଦ୍ର ସରକାର

Advertisment
ରାହୁଲଙ୍କ ମୁହଁ ଉପରେ ସବୁଜ ଆଲୋକ ସ୍ନାଇପର୍‌ ଗନ୍‌ର ଆଲୋକ ନଥିଲା ବରଂ କଂଗ୍ରେସ ଫଟୋଗ୍ରାଫରଙ୍କର ମୋବାଇଲ କ୍ୟାମେରାର ଆଲୋକ ଥିଲା: କେନ୍ଦ୍ର ସରକାର

Hindustan Times

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ମୁହଁ ଉପରେ ଯେଉଁ ସବୁଜ ଆଲୋକ ପଡ଼ିବା ଘଟଣାକୁ କେନ୍ଦ୍ରକରି ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି ହୋଇଥିଲା, ତାହା ଉପରୁ ପର୍ଦ୍ଦା ଉଠାଇଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ। ଏହି ଘଟଣାର ବିଧିବଦ୍ଧ ଯାଞ୍ଚ କରାଯିବା ପରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ମୁହଁ ଉପରେ ଯେଉଁ ସବୁଜ ଆଲୋକ ପଡ଼ିଥିଲା, ତାହା କୌଣସି ଲେଜର୍‌ ଗନ୍‌ ବା ସ୍ନାଇପର୍‌ ଗନ୍‌ର ଆଲୋକ ନଥିଲା ବରଂ କଂଗ୍ରେସ ପକ୍ଷରୁ ନିଯୁକ୍ତ ଫଟୋଗ୍ରାଫର ନିଜ ମୋବାଇଲ ଫୋନ୍‌ରେ ରାହୁଲ ଗାନ୍ଧୀଙ୍କ ଫଟୋ ଉଠାଉ ଥିବା ବେଳେ ତାହାର ସବୁଜ ଆଲୋକ ରାହୁଲ ଗାନ୍ଧୀଙ୍କ ମୁହଁ ଓ କପାଳ ଉପରେ ପଡ଼ିଥିଲା। ଏଥିସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାର ତ୍ରୁଟି ବିଚ୍ୟୁତି ନଥିବା ସହ ଅତ୍ୟନ୍ତ ସୁଦୃଢ଼ ଓ ମଜବୁତ୍‌ ରହିଛି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

publive-image

ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶର ଆମେଥି ଲୋକସଭା ମଣ୍ଡଳୀ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରାର୍ଥୀପତ୍ର ଦାଖଲ ପରେ ସେଠାରେ ଉପସ୍ଥିତ ସମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରୁଥିବା ବେଳେ ତାଙ୍କ କପାଳ ଓ ମୁହଁର ଡାହଣ ପାର୍ଶ୍ୱରେ ଏକ ସବୁଜ ରଙ୍ଗର ଲେଜର ଆଲୋକ ବାରମ୍ବାର ପଡ଼ୁଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ପରେ କଂଗ୍ରେସ ଦଳ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇ ଏହା ଲେଜର୍‌ ଗନ୍‌ ବା ସ୍ନାଇପର୍‌ ଗନ୍‌ର ଆଲୋକ ଥିବା ଦର୍ଶାଇ ରାହୁଲଙ୍କ ନିରାପତ୍ତା ବ୍ୟବସ୍ଥାରେ ତ୍ରୁଟି ରହିଥିବା ଅଭିଯୋଗ କରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ନିକଟକୁ ପତ୍ର ଲେଖାଯିବା ସହ ଏହାର ତଦନ୍ତ କରିବାକୁ କୁହା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe