ରଥଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

Advertisment
ରଥଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

IndiaTV News

ନୂଆଦିଲ୍ଲୀ : ରଥଯାତ୍ରା ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ କରି ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି, ଭଗବାନ ଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା। ମୋର ଆଶା ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନରେ ଶାନ୍ତି ଓ ସମୃଦ୍ଧି ଆସିବ। ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ରଥଯାତ୍ରାର ବିଶେଷ ଦିନରେ ଶୁଭେଚ୍ଛା। ଆମେ ଲଗାତାର ଆଶୀର୍ବାଦ ପାଇଁ ଭଗବାନ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛୁ। ଆସନ୍ତୁ ସମସ୍ତେ ଉତ୍ତମ ସ୍ବାସ୍ଥ୍ୟ ଏବଂ ସୁଖ ପାଇଁ ଆଶୀର୍ବାଦ ପ୍ରାପ୍ତ ହେବା ବୋଲି ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ କହିଛନ୍ତି। ସମ୍ପ୍ରତି ‘ମନ କୀ ବାତ’ କାର୍ଯ୍ୟକ୍ରମରେ ଶ୍ରୀ ମୋଦୀ ‘ଭାରତୀୟ ସଂସ୍କୃତିରେ ରଥ ଯାତ୍ରାରେ ମହତ୍ତ୍ବ ଉପରେ ଯାହା କହିଥିଲି, ତାହା ସେୟାର କରିଛି’ ବୋଲି ‌ପ୍ରଧାନମନ୍ତ୍ରୀ ଟୁଇଟ୍‌ରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe