ପୂର୍ବତନ ଫୁଟ୍‌ବଲ୍‌ ପ୍ରଶିକ୍ଷକ ସୁଖବିନ୍ଦରଙ୍କୁ ଶୁଭେଚ୍ଛ‌ା

ପୂର୍ବତନ ଫୁଟ୍‌ବଲ୍‌ ପ୍ରଶିକ୍ଷକ ସୁଖବିନ୍ଦରଙ୍କୁ ଶୁଭେଚ୍ଛ‌ା

Football Counter

ନୂଆଦିଲ୍ଲୀ : କ୍ରୀଡ଼ା ଓ ଖେଳରେ ଆଜୀବନ ସଫଳତା ଲାଗି ଶନିବାର ଧ୍ୟାନଚାନ୍ଦ ପୁରସ୍କାର ପାଇଥିବା ପୂର୍ବତନ ଭାରତୀୟ ଫୁଟ୍‌ବଲ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ସୁଖବିନ୍ଦର ସିଂହଙ୍କୁ ସବୁ ମହଲରୁ ଅଭିନନ୍ଦନ ମିଳିଛି। ଭାରତର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂତିଆ ପ୍ରଥମେ ତାଙ୍କ ପୂର୍ବତନ ପ୍ରଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ସୁଖବିନ୍ଦର ଏହି ପୁରସ୍କାର ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ।

ସେ ପୁରସ୍କାର ପାଇଥିବାରୁ ମୁଁ ବହୁତ ଖୁସି। ପୁରସ୍କାର ପାଇବା ପାଇଁ ସୁଖୀ ସାର୍ ଅନ୍ୟତମ ଯୋଗ୍ୟ ପ୍ରଶିକ୍ଷକ। ଅଭିନନ୍ଦନ ସୁଖବିନ୍ଦର ଜୀ! ସେ ମୋତେ ପ୍ରଥମେ ଜାତୀୟ ଦଳର ଅଧିନାୟକ ଦାୟିତ୍ବ ଦେଇଥିଲେ। ଏଥିପାଇଁ ତାଙ୍କ ନିକଟରେ ସର୍ବଦା କୃତଜ୍ଞ ବୋଲି ବାଇଚୁଙ୍ଗ ଏଆଇଏଫ୍‌ଏଫ୍‌.କମ୍‌କୁ କହିଛନ୍ତି।

“ଧ୍ୟାନ ଚାନ୍ଦ ପୁରସ୍କାର ତାଙ୍କ ପାଇଁ ଗୌରବର ବିଷୟ। ସେ ଜଣେ ଭଲ ପ୍ରଶିକ୍ଷକ। ତାଙ୍କ ଟେକ୍ନିକାଲ୍ ବହୁତ ଭଲ। ସେ ଆମର ପ୍ରଦର୍ଶନରେ ଉନ୍ନତି ଆଣିଥିଲେ। ତାଙ୍କ ମାର୍ଗଦର୍ଶନରେ ଆମେ ପ୍ରକୃତରେ ଭଲ ପ୍ରଦର୍ଶନ କରିଥିଲୁ’’ ବୋଲି ପୂର୍ବତନ ଭାରତୀୟ ଅଧିନାୟକ ବ୍ରୁନୋ କୌଟିନୋ କହିଛନ୍ତି।

ଜାତୀୟ ଦଳ ପାଇଁ ସେ ଜଣେ ସଫଳ ଭାରତୀୟ ପ୍ରଶିକ୍ଷକ। ସୁଖବିନ୍ଦର ସାର୍‌ଙ୍କ ଅଧୀନରେ ମୁଁ ଜାତୀୟ ଦଳରେ ପଦାର୍ପଣ କରିଥିଲି। ସେ ପ୍ରକୃତରେ ଆମ ଦଳକୁ ବଦଳାଇ ଦେଇଥିଲେ। ଆମେ ମାଲେସିଆ ବିପକ୍ଷରେ ବଡ଼ ବ୍ୟବଧାନରେ ହାରିବା ପରେ ଏସିଆର ଦୁଇ ଶ୍ରେଷ୍ଠ ଦଳ ୟୁଏଇ ଓ ଉଜବେକିସ୍ତାନ ବିପକ୍ଷରେ କଡ଼ା ସଂଘର୍ଷ କରିପାରିଥିଲୁ। ସୁଖବିନ୍ଦର ସାର୍‌ଙ୍କ ପାଇଁ ଏହା ସମ୍ଭବ ହୋଇଥିଲା‌ ବୋଲି ରେନେଡି ସିଂହ କହିଛନ୍ତି।

ସୁଖବିନ୍ଦର ୩୬ଟି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତର ପ୍ରଶିକ୍ଷକ ରହିଥିଲେ। ତାଙ୍କ ସମୟରେ ଭାରତର ବିଜୟ ପ୍ରତିଶତ ୪୭.୨୨ ରହିଥିଲା। ସେ ୧୩ ବର୍ଷରୁ କମ୍‌ ଭାରତୀୟ ଦଳ ଏବଂ ପାଇଲନ୍‌ ଆରୋଜ୍‌ର ୨୦୧୧ରୁ ୨୦୧୨ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦାୟିତ୍ବ ନେଇଥିଲେ। ଏହି ୭୧ ବର୍ଷ ବୟସ୍କ ପ୍ରଶିକ୍ଷକ ଦୁଇ ଥର ୧୯୯୯ ଓ ୨୦୦୯ରେ ଭାରତକୁ ସାଫ୍‌ କପ୍‌ ବିଜେତା କରାଇବା ସହ ୧୯୯୯ ସାଫ୍‌ କ୍ରୀଡ଼‌ାରେ କାଂସ୍ୟ ପଦକ ଭେଟି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe