Hindustan Times
ଶ୍ରୀନଗର: ଜମ୍ମୁ- କଶ୍ମୀରର ସୋପିଆନ୍ ବସ୍ଷ୍ଟାଣ୍ଡରେ ଆଜି ଅପରାହ୍ଣ ୫ଟା ସମୟରେ ଏକ ବଡ଼ ଧରଣର ଗ୍ରେନେଡ୍ ବିସ୍ଫୋରଣ ଘଟିଛି। ଏହି ଗ୍ରେନଡ୍ ବିସ୍ଫୋରଣରେ ୬ ଜଣ ସାଧାରଣ ନାଗରିକ ଗୁରତର ଭାବେ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆତଙ୍କବାଦୀମାନଙ୍କ ପକ୍ଷରୁ ଏହି ଗ୍ରେନଡ୍ ବିସ୍ଫୋରଣ କରା ଯାଇଥିବା ସନ୍ଦେହ କରାଯାଉଛି। ଏହି ଘଟଣା ପରେ ସୁରକ୍ଷା ବାହିନୀ ପକ୍ଷରୁ ସମଗ୍ର ଅଞ୍ଚଳକୁ ସିଲ୍ କରି ଦିଆଯିବା ସହ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ ହୋଇଛି। ଏବଂ ଅନ୍ୟ ସମ୍ବେଦନଶୀଳ ସ୍ଥାନମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି।
Follow Us