ଶ୍ରୀନଗରରେ ଗ୍ରେନେଡ୍‌ ଆକ୍ରମଣ: ଜଣେ ମୃତ, ୨୪ ଆହତ

ଶ୍ରୀନଗରରେ ଗ୍ରେନେଡ୍‌ ଆକ୍ରମଣ: ଜଣେ ମୃତ, ୨୪ ଆହତ

United News of India

ଶ୍ରୀନଗର : ଜମ୍ମୁ କାଶ୍ମୀରର ଶ୍ରୀନଗରସ୍ଥିତ ମୁଖ୍ୟ ବାଣିଜ୍ୟିକ ମାର୍କେଟ୍‌ ଅମିରା କାଦଲରେ ରବିବାର ଅପରାହ୍ନରେ ଆତଙ୍କବାଦୀମାନେ ଗ୍ରେନେଡ୍‌ ଆକ୍ରମଣ କରିଛନ୍ତି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୨୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଜଣେ ପୁଲିସ କର୍ମଚାରୀ ଏବଂ ୧୨ ଜଣ ମହିଳା ଅଛନ୍ତି। ଆତଙ୍କବାଦୀମାନେ ହରି ସିଂ ହାଇ ଷ୍ଟ୍ରୀଟ୍‌ରେ ନିୟୋଜିତ ପୁଲିସ ଓ ସୁରକ୍ଷା ବାହିନୀ ଉପରକୁ ଗ୍ରେନେଡ ମାଡ଼ କରିଥିଲେ।

ଜଣେ ୫୫ ବର୍ଷୀୟ ବ୍ୟକ୍ତି ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ସହରର ନୌହାଟା ଅଞ୍ଚଳର ମହମ୍ମଦ ଅସଲାମ ମଖଦୁମି ବୋଲି ଜଣାପଡିଛି। ସେହିଭଳି ଅନ୍ୟ ଜଣେ ସାଧାରଣ ନାଗରିକ ରାଫିୟା ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ଗୋଷ୍ଠୀ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe