ପଞ୍ଜାବର ପଠାନ୍‌କୋଟ୍‌ ଆର୍ମି କ୍ୟାମ୍ପ୍‌ର ତ୍ରିବେଣୀ ଗେଟ୍ ନିକଟରେ ଗ୍ରେନେଡ୍ ବିସ୍ଫୋରଣ; ହାଇଆଲର୍ଟରେ ପୁଲିସ୍‌

Advertisment
ପଞ୍ଜାବର ପଠାନ୍‌କୋଟ୍‌ ଆର୍ମି କ୍ୟାମ୍ପ୍‌ର ତ୍ରିବେଣୀ ଗେଟ୍ ନିକଟରେ ଗ୍ରେନେଡ୍ ବିସ୍ଫୋରଣ; ହାଇଆଲର୍ଟରେ ପୁଲିସ୍‌

Image Courtesy of Zee News

ପଠାନ୍‌କୋଟ୍‌: ଆଜି ପ୍ରତ୍ୟୁଷରେ ପଞ୍ଜାବର ପଠାନ୍‌କୋଟ୍‌ ଆର୍ମି ଷ୍ଟେସନ୍‌ର ତ୍ରିବେଣୀ ଗେଟ୍‌ ନିକଟରେ ଗୋଟାଏ ଗ୍ରେନେଡ୍‌ ବିସ୍ଫୋରଣ ଘଟିଥିବା ‘ଏସ୍‌ଏସ୍‌ପି’ ସୁରେନ୍ଦ୍ର ଲାମ୍ବା କହିଛନ୍ତି। ଏଥିଲାଗି ସମ୍ପୃକ୍ତ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଥିବା କଥା ମଧ୍ୟ ସେ କହିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ସେ ଅଞ୍ଚଳ ଦେଇ ଗୋଟାଏ ବିବାହ ଶୋଭାଯାତ୍ରା ଅତିକ୍ରମ କରୁଥିବା ବେଳେ କେତେକ ଅଜ୍ଞାତ ବ୍ୟକ୍ତି ମୋଟରସାଇକେଲ୍‌ରେ ଆସି ଆର୍ମି ଷ୍ଟେସନ୍‌ ଗେଟ୍‌ ଆଡ଼କୁ ଗ୍ରେନେଡ୍‌ ଫିଙ୍ଗିଥିଲେ। ପଠାନ୍‌କୋଟ୍‌ର ଧୀରପୁଲ ନିକଟରେ ଅବସ୍ଥିତ ଭାରତୀୟ ସେନାର ତ୍ରିବେଣୀ ଫାଟକ ନିଟକରେ ବିସ୍ଫୋରଣ ଘଟିଛି।

publive-image Image Courtesy of Zee News

ଏହି ଘଟଣାରେ କେହି ମୃତାହତ ହୋଇଥିବା କଥା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ପରେ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ଲାଗି ‘ସିସିଟିଭି ଫୁଟେଜ୍‌’ ଯାଞ୍ଚ କରୁଛି। ବିସ୍ଫୋରଣ ସ୍ଥାନରୁ ସେମାନେ ଗ୍ରେନେଡ୍‌ର ଟୁକୁରା ପାଇଛନ୍ତି।

ପଠାନ୍‌କୋଟ୍‌ରେ ଥିବା ସମସ୍ତ ଚେକ୍‌-ପୋଷ୍ଟ୍‌ରେ ହାଇ ଆଲର୍ଟ ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe