ଗ୍ରେଟା ଟୁଲ୍‌କିଟ୍‌ ମାମଲା: ଶାନ୍ତନୁ ମୁଲୁକ୍‌ଙ୍କୁ ମିଳିଲା ଟ୍ରାନଜିଟ୍‌ ଜାମିନ; ନିକିତା ଯାଦବଙ୍କ ଆବେଦନ ଉପରେ ଶୁଣାଣି ଆସନ୍ତାକାଲି

Advertisment
ଗ୍ରେଟା ଟୁଲ୍‌କିଟ୍‌ ମାମଲା: ଶାନ୍ତନୁ ମୁଲୁକ୍‌ଙ୍କୁ ମିଳିଲା ଟ୍ରାନଜିଟ୍‌ ଜାମିନ; ନିକିତା ଯାଦବଙ୍କ ଆବେଦନ ଉପରେ ଶୁଣାଣି ଆସନ୍ତାକାଲି

NewsNation

ମୁମ୍ବାଇ: ବିବାଦୀୟ ଗ୍ରେଟା ଟୁଲକିଟ୍‌ ପ୍ରଙ୍ଗରେ ଦିଲ୍ଲୀ ପୁଲିସର ‘ଓ୍ଵାଣ୍ଟେଡ୍‌’ ଥିବା ଇଞ୍ଜିିନିୟର ଶାନ୍ତନୁ ମୁଲୁକଙ୍କୁ ବମ୍ବେ ହାଇକୋର୍ଟଙ୍କ ଔରଙ୍ଗାବାଦ ବେଞ୍ଚ ଆଜି ଅପରାହ୍ନରେ ୧୦ ଦିନିଆ ଟ୍ରାନଜିଟ୍‌ ଜାମିନ ପ୍ରଦାନ କରିଛନ୍ତି। ଏଥିସସହ ଅନ୍ୟତମ ଅଭିଯୁକ୍ତ ନିକିତା ଯାଦବଙ୍କ ଜାମିନ ଆବେଦନ ଉପରେ ଶୁଣାଣିକୁ ଆସନ୍ତାକାଲି (ବୁଧବାର) ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ଜାନୁଆରି ୨୬ ତାରିଖରେ ଚାଷୀମାନଙ୍କର ଟ୍ରାକ୍ଟର ରାଲି ପର୍ଯ୍ୟନ୍ତ ଦିଲ୍ଲୀର ଟିକ୍ରି ସୀମାରେ କୃଷକଙ୍କ ବିରୋଧରେ ଶାନ୍ତନୁ ମୁଲୁକ ଉପସ୍ଥିତ ଥିଲେ ବୋଲି ଦିଲ୍ଲୀ ପୁଲିସ କହିଛି। ତା’ ପରଦିନ ସେ ବିରୋଧ ପ୍ରଦର୍ଶନ ସ୍ଥାନ ଛାଡିଥିବା ଦିଲ୍ଲୀ ପୁଲିସ୍‌ ଦର୍ଶାଇଛି। ଅନ୍ୟପକ୍ଷରେ ବମ୍ବେ ହାଇକୋର୍ଟ ଏହି ସମାନ ମାମଲାରେ ଓକିଲ ନିକିତା ଯାଦବଙ୍କ ଜାମିନ ଆବେଦନର ମଧ୍ୟ ଶୁଣାଣି କରିଥିଲେ। କିନ୍ତୁ ବୁଧବାର ପର୍ଯ୍ୟନ୍ତ ଏହାର ଆଦେଶ ସଂରକ୍ଷିତ ରଖିଛନ୍ତି। ମୁକୁକ ମୁମ୍ବାଇ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚରେ ମକଦ୍ଦମା ଦାୟର କରିଥିବାବେଳେ ଯାଦବ ବମ୍ବେ ହାଇକୋର୍ଟରେ ତାଙ୍କ ଜାମିନ ଆବେଦନ କରିଥିଲେ।

ଦିଲ୍ଲୀ ପୁଲିସ କହିଛି ଯେ ଟୁଲକିଟ୍‌ ମାମଲାରେ ସେମାନେ ପଳାୟନ କରୁଛନ୍ତି ବୋଲି କହିବା ପରେ ଉଭୟ ନିକିତା ଯାଦବ ଏବଂ ଶାନ୍ତନୁ ମୁଲୁକ ବମ୍ବେ ହାଇକୋର୍ଟଙ୍କ ନିକଟରେ ଜାମିନ ଆବେଦନ କରିଥିଲେ। ଏହି ଘଟଣାରେ ପୂର୍ବରୁ ବେଙ୍ଗାଲୁରୁରେ ଗିରଫ ହୋଇଥିବା ପରିବେଶ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ପଚରାଉଚରା ବେଳେ ଯାଦବ ଏବଂ ମୁଲୁକଙ୍କ ନାମ ସାମନାକୁ ଆସିଥିଲା। ଦିଲ୍ଲୀ ପୁଲିସର ସାଇବର ସେଲ ଦାବି କରିଛି ଯେ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ଦିଶା ରବି, ଶାନ୍ତନୁ ମୁଲୁକ ଏବଂ ନିକିତା ଯାଦବଙ୍କ ସହ ଏକ ‘ଟୁଲକିଟ୍‌’ ପ୍ରସ୍ତୁତ କରିଥିଲେ। ଦିଲ୍ଲୀ ପୁଲିସ କହିଛି ଯେ, ସର୍ବସାଧାରଣରେ ଉପଲବ୍ଧ ଥିବା ଏହି ଟୁଲକିଟଟି ଭାରତର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଉଦ୍ଦିଷ୍ଟ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe