ଅହମ୍ମଦାବାଦ: ଗୁଜରାଟର ଗୋଧ୍ରା ଟ୍ରେନ୍ ପୋଡ଼ି ତଥା ଗଣହତ୍ୟା ଘଟଣାର ଅନ୍ୟତମ ଅଭିଯୁକ୍ତ ୟାକୁବ୍ ପଟାଲିୟା(୬୩) ଆଜି ଗିରଫ ହୋଇଛି। ଘଟଣା ପରଠାରୁ ଦୀର୍ଘ ୧୬ ବର୍ଷ ହେଲା ପୁଲିସ ଆଖିରେ ଧୂଳି ଦେଇ ଫେରାର୍ ଥିବା ୟାକୁବ୍କୁ ଆଜି ଗୋଧ୍ରା ପୁଲିସ୍ର ଏକ ସ୍ୱତନ୍ତ୍ର ଦଳ କାବୁ କରିନେଇଛନ୍ତି। ଗୋଧ୍ରା ଅଞ୍ଚଳର ୟାକୁବ୍ ଆଜି ଘରକୁ ଆସିଥିବା ସମ୍ପର୍କରେ ପାଟ୍ରୋଲିଂ କରୁଥିବା ପୁଲିସକୁ ବିଶେଷ ସୂଚନା ମିଳିଥିଲା। ସଙ୍ଗେସଙ୍ଗେ ପୁଲିସ୍ର ଏକ ସ୍ୱତନ୍ତ୍ର ଦଳ ସଂପୃକ୍ତ ଅଞ୍ଚଳରେ ଚଢ଼ଉ କରି ୟାକୁବ୍କୁ ଗିରଫ କରିଥିଲେ। ୨୦୦୨ ଫେବ୍ରୁଆରି ୨୭ରେ ଗୋଧ୍ରା ରେଳଷ୍ଟେସନ ନିକଟରେ ସାବରମତି ଏକ୍ସପ୍ରେସ୍ ଟ୍ରେନ୍କୁ ଦୁର୍ବୃତ୍ତମାନେ ପେଟ୍ରୋଲ୍ ଢାଳି ଜାଳିଦେଇଥିଲେ। ଏଥିରେ ଅଯୋଧ୍ୟାରୁ ଫେରୁଥିବା ୫୯ ଜଣ କରସେବକଙ୍କର ମୃତ୍ୟୁ ହୋଇଥିବା ବେଳେ ଘଟଣା ପରେ ରାଜ୍ୟବ୍ୟାପୀ ହିଂସା ଖେଳିଯାଇଥିଲା। ଯାକୁବ୍ର ଭାଇ କାଦିର୍ ପଟାଲିୟା ୨୦୧୫ ମସିହାରେ ଗିରଫ ହୋଇଥିଲା ଏବଂ ଇତିମଧ୍ୟରେ ତା’ର ମୃତ୍ୟୁ ଘଟିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us