ବରଯାତ୍ରୀ ବାହାରିବା ପୂର୍ବରୁ ସଡ଼କ ଦୁର୍ଘଟଣାରେ ବରଙ୍କ ହେଲା ମୃତ୍ୟୁ

Advertisment

ବରଯାତ୍ରୀ ବାହାରିବାର କିଛି ସମୟ ପୂର୍ବରୁ ସଡ଼କ ଦୁର୍ଘଟଣାରେ ବରଙ୍କର ହେଲା ମୃତ୍ୟୁ। ଗୁରୁଦ୍ବାରରୁ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ଟ୍ରକ। ଘଟଣାସ୍ଥଳରେ ଉଡ଼ିଗଲା ଯୋ‌ଗେନ୍ଦ୍ରଙ୍କ ପ୍ରାଣାବାୟୁ।

ବରଯାତ୍ରୀ ବାହାରିବାର କିଛି ସମୟ ପୂର୍ବରୁ ସଡ଼କ ଦୁର୍ଘଟଣାରେ ବରଙ୍କର ହେଲା ମୃତ୍ୟୁ। ଗୁରୁଦ୍ବାରରୁ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ଟ୍ରକ। ଘଟଣାସ୍ଥଳରେ ଉଡ଼ିଗଲା ଯୋ‌ଗେନ୍ଦ୍ରଙ୍କ ପ୍ରାଣାବାୟୁ।

EWR

ରାମପୁର: ଉତ୍ତରପ୍ରଦେଶର ରାମପୁର ଜିଲ୍ଲାରେ ବରଯାତ୍ରୀ ବାହାରିବାର କିଛି ଘଣ୍ଟା ପୂର୍ବରୁ ଏକ ସଡ଼କ ଦୁର୍ଘଟଣାରେ ବରଙ୍କ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ଘଟିଛି। ମୃତ ବରଙ୍କ ନାମ ଯୋଗେନ୍ଦ୍ର କୁମାର ଥିବା ଜଣାପଡ଼ିଛି।

ପୁଲିସ ସୂଚନା ଅନୁଯାୟୀ, ଯୋଗେନ୍ଦ୍ରଙ୍କ ବିବାହ ଶୋଭାଯାତ୍ରା ମଙ୍ଗଳବାର ସନ୍ଧ୍ୟାରେ ମୁରାଦାବାଦ ଜିଲ୍ଲାର ବୁଢ଼ାନପୁରକୁ ଯିବାର ଥିଲା।  ମଙ୍ଗଳବାର ସକାଳେ  ଯୋଗେନ୍ଦ୍ର ବାଇକ ଧରି ଗୁରୁଦ୍ବାରକୁ ଯାଇଥିଲେ। ଗୁରୁଦ୍ବାରରୁ ଫେରୁଥିବା ବେଳେ ଯୋଗେନ୍ଦ୍ରଙ୍କ ବାଇକକୁ ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ପୁଲିସ ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ମୃତକଙ୍କୁ ଚିହ୍ନଟ କରି ପରିବାରଲୋକଙ୍କୁ ଏହି ଦୁଃଖଦ ଘଟଣା ବିଷୟରେ ଖବର ଦେଇଥିଲା। ଏଥିସହିତ ଯୋଗେନ୍ଦ୍ରଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା।   

ବିବାହ ପାଇଁ ଯୋଗେନ୍ଦ୍ରଙ୍କ ପରିବାରରେ ହସଖୁସିରେ ପରିବେଶ ଥିଲା। ଘରେ ବନ୍ଧୁବାନ୍ଧକ ସାଙ୍ଗସାଥୀ ସମେସ୍ତ ଆସି ପହଞ୍ଚି ଯାଇଥିଲେ। ସନ୍ଧ୍ୟାରେ ବରଯାତ୍ରୀ ବାହାରିବା ପାଇଁ ପ୍ରସ୍ତୁତି ବି ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ପରିବାର ସଦସ୍ୟ ଯେତେବେଳେ ଯୋଗେନ୍ଦ୍ରଙ୍କ ମୃତ୍ୟୁ ଖବର ପାଇଥିଲେ ସ୍ଥାଣୁ ପାଲଟି ଯାଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe