ନିଶାଗ୍ରସ୍ତ ହୋଇ ଭାବି ସ୍ବାମୀକୁ ବରଯାତ୍ରୀରେ ନାଗିନ୍ ନାଚ କରୁଥିବା ଦେଖି ବିବାହ କରିବାକୁ ମନା କଲା କନ୍ୟା

Advertisment
ନିଶାଗ୍ରସ୍ତ ହୋଇ ଭାବି ସ୍ବାମୀକୁ ବରଯାତ୍ରୀରେ ନାଗିନ୍ ନାଚ କରୁଥିବା ଦେଖି ବିବାହ କରିବାକୁ ମନା କଲା କନ୍ୟା

indiatimes.com

ବରେଲି(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ବରେଲିରେ ବିବାହର କିଛି ଘଣ୍ଟା ପୂର୍ବରୁ କନ୍ୟା ବିବାହ ପାଇଁ ମନା କରିଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଖାସ୍ କରି ଯେଉଁ କାରଣ ପାଇଁ କନ୍ୟା ବିବାହ ଭାଙ୍ଗିଛନ୍ତି, ତାହାକୁ ନେଇ ଲୋକେ ଆଲୋଚନା କରିବା ଆରମ୍ଭ କରିଛନ୍ତି। ଘଟଣାଟି ଉତ୍ତରପ୍ରଦେଶର ବରେଲିରେ ଘଟିଥିବା ବେଳେ ଭାବି ସ୍ବାମୀର ନାଗିନ୍ ନାଚ ଦେଖି କନ୍ୟା ଏଭଳି ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି।

nagin dance indiatimes.com

ସୂଚନା ମୁତାବକ, ବର କଲେଜ ପାଠ୍ୟକ୍ରମ ପୂରା କରି ନଥିବା ବେଳେ କନ୍ୟା ଆଇଟିଆଇ ଡିପ୍ଲୋମା କରିଥିବା ଜଣା ପଡ଼ିଛି। ବିବାହ ଦିନ ବରଯାତ୍ରୀ ମୈଲାନୀରେ ଥିବା ବିବାହ ମଣ୍ଡପରେ ପହଞ୍ଚିବା ପରେ ବରର ସାଙ୍ଗମାନେ ତାଙ୍କୁ ଟାଣି ନେଇ ନାଚିବା ପାଇଁ ବାଧ୍ୟ କରିଥିଲେ। ଯାହା ପରେ ନିଶାଗ୍ରସ୍ତ ହୋଇ ବର ନାଗିନ୍ ନାଚ କରିବା ଆରମ୍ଭ କରିଥିଲେ। କନ୍ୟାପକ୍ଷ ଲୋକେ ବରକୁ ଆଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ବର ସେମାନଙ୍କୁ ଅସମ୍ମ‌ାନିତ କରିଥିଲା। ଏତେ ସବୁ ପରେ ମଧ୍ୟ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ବରଣମାଳା ପରେ ଅଧିକ ଖୁସି ହୋଇ ବର ପୁଣି ଥରେ ନାଗିନ୍ ନାଚ କରିବା ଆରମ୍ଭ କରିଥିଲେ। ବରର ଏଭଳି ବ୍ୟବହାର ଦେଖି କନ୍ୟା ସଙ୍ଗେ ସଙ୍ଗେ ବିବାହ କରିବାକୁ ମନା କରି ଦେଇଥିଲେ। କନ୍ୟାର ଏଭଳି ନିଷ୍ପତ୍ତି ଶୁଣି ବର କନ୍ୟାକୁ ଚାପୁଡ଼ା ମାରିବାରୁ ପୁଲିସକୁ ଡ଼କାଯାଇଥିଲା। ତେବେ ନେଇଥିବା ସବୁ ଉପହାର ଓ ଟଙ୍କା ବରପକ୍ଷ ଫେରାଇ ଦେବାରୁ କନ୍ୟାପକ୍ଷ କୌଣସି ଅଭିଯୋଗ କରି ନଥିବା ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe