ଶବରସାହି ବସ୍ତିରେ ଗୋଷ୍ଠୀ ସଂଘର୍ଷ

Advertisment
ଶବରସାହି ବସ୍ତିରେ ଗୋଷ୍ଠୀ ସଂଘର୍ଷ

ଭୁବନେଶ୍ବର: ଆଜି ରାତିରେ ସହିଦନଗର ଥାନା ଶବରସାହି ବସ୍ତିରେ ଘଟିଥିବା ଗୋଷ୍ଠୀ ସଂଘର୍ଷରେ ଉଭୟ ପକ୍ଷରୁ ପ୍ରାୟ ୪ ଜଣ ଆହତ ହୋଇଛନ୍ତି। ଏହି ଗଣ୍ଡଗୋଳରେ ବ୍ୟାପକ ଭଙ୍ଗାରୁଜା ହୋଇଥିବା ମଧ୍ୟ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଏନେଇ ଦୁଇ ପକ୍ଷ ବିଳମ୍ବିତ ରାତିରେ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି। ସୂଚନାନୁସାରେ ସାହି ରାସ୍ତାରେ ବାଇକ୍‌ ପାର୍କିଂ କୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ଘଟିଛି। ଗୋଟିଏ ପକ୍ଷର ପ୍ରାୟ ୩୦ ଯୁବକ ମାରଣାସ୍ତ୍ର ଧରି ପ୍ରତିପକ୍ଷକୁ ଆକ୍ରମଣ କରିଥିବା ବେଳେ ଅପରପକ୍ଷର ଢ଼େଲାମାଡ଼ ଯୋଗୁଁ ସାହିରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe