ବିଧାତାର ଏ କି ଲୀଳା: ୨୪ ଜଣ ସ୍କୁଲସାଙ୍ଗ ୩୫ ବର୍ଷ ପରେ ଏକାଠି ହୋଇଥିଲେ, ପ୍ରଳୟ ପାଟିରେ ନିଖୋଜ ହୋଇଗଲେ

ପୁଣେର ୨୪ଜଣିଆ ସ୍କୁଲସାଙ୍ଗଙ୍କ ଏକ ଦଳ ପ୍ରାକୃତିକ ବିପର୍ଯ୍ୟୟ ପରେ ହୋଇଯାଇଛି କେଉଁଆଡେ ନିଖୋଜ । ସେମାନଙ୍କର ମିଳୁ ନାହିଁ କୌଣସି ପ୍ରକାର ପତ୍ତା। ଦୀର୍ଘ ୩୫ବର୍ଷ ପରେ ହୋଇଥିଲେ ଏକାଠି।

New Project (20) (1)

ପୁଣେ: ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ଯୋଗୁଁ ଅନେକ କ୍ଷୟକ୍ଷତିର ଖବର କ୍ରମାଗତ ଭା୍ବେ ସାମ୍ନାକୁ ଆସୁଛି।ଭୂସ୍ଖଳନ ହେତୁ ରାସ୍ତାଘାଟ ଆଦି ଭାସି ଯାଇଛି। ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥିବାରୁ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଏଭଳି ପରିସ୍ଥିତିରେ ନିଖୋଜ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ମନ୍ଥର ହୋଇପଡ଼ିଛି। 

ଏହି ଭୟାବହ ପ୍ରାକୃତିକ ବିପର୍ଯ୍ୟୟ ପରେ ଅନେକ ପର୍ଯ୍ୟଟକ ନିଖୋଜ ହୋଇଯାଇଥିବା ଖବର ସାମ୍ନାକୁ ଆସୁଥିବାବେଳେ ପୁଣେର ୨୪ଜଣିଆ ସ୍କୁଲସାଙ୍ଗଙ୍କ ଏକ ଦଳ କେଉଁଆଡେ ନିଖୋଜ ହୋଇଯାଇଛି । ସେମାନଙ୍କର କୌଣସି ପ୍ରକାର ପତ୍ତା ମିଳୁ ନଥିବା ସୂଚନା ମିଳିଛି।

ପୁଣେର ସ୍କୁଲସାଙ୍ଗଙ୍କ ଏ ଦଳ ମଞ୍ଚରର ଆୱାସରୀ ଖୁର୍ଡ ଗାଁ ସ୍କୁଲର ୧୯୯୦ମସିହା ଦଶମ ଶ୍ରେଣୀ ବ୍ୟାଚର ଥିବା ଜଣାପଡ଼ିଛି। ଏହି ସମସ୍ତ ବନ୍ଧୁ ମହାରାଷ୍ଟ୍ରର ୭୫ ଜଣ ପର୍ଯ୍ୟଟକଙ୍କ ଏକ ଗୋଷ୍ଠୀର ଅଂଶ ଥିଲେ।  ବୁଧବାର ଗଙ୍ଗୋତ୍ରୀ ନିକଟସ୍ଥ ଧରାଲି ଗାଁରେ ବନ୍ୟା ଆସିବା ପରେ ୨୪ ଜଣ ବନ୍ଧୁଙ୍କ ଏହି ଗୋଷ୍ଠୀ ନିଖୋଜ ହୋଇଯାଇଛନ୍ତି। 

ପୁଣେର ମଞ୍ଚର ଆଭାସାରି ଖୁର୍ଦ ଗାଁର ଅଶୋକ ଭୋର ଏବଂ ତାଙ୍କର ୨୩ ଜଣ ବନ୍ଧୁ ୩୫ ବର୍ଷ ପରେ ଚାରିଧାମ ଯାତ୍ରା ପାଇଁ ଏକାଠି ହୋଇଥିଲେ। ଖୁବ ଖୁସିରେ ମଜାମସ୍ତି କରି ସ୍କୁଲ ସମୟର ସେ ସବୁ ପୁରୁଣା ଦିନକୁ ମନେ ପକାଇ ୨୪ଜଣ ସାଙ୍ଗ ଏକାଠି ମିଶି ଅଗଷ୍ଟ ୧ ତାରିଖରେ ଯାତ୍ରା ଆରମ୍ଭ କରିଥିଲେ। ସମସ୍ତେ ଚାରଧାମ ଯାତ୍ରା ସମୟରେ ଖୁବ ମଜା କରିବେ। ଯେମିତି ସେମାନେ ସ୍କୁଲ ଦିନମାନଙ୍କରେ ଷ୍ଟଡି ଟୁର ସମୟରେ କରୁଥିଲେ। ଏଥିପାଇଁ ୨୪ଜଣ ସାଙ୍ଗ ଅନେକ କିଛି ଯୋଜନା କରି ରଖିଥିଲେ। କିନ୍ତୁ ଦୀର୍ଘ ୩୫ବର୍ଷ ପରେ ଏକାଠି ହୋଇଥିବା ୨୪ଜଣ ସ୍କୁଲସାଙ୍ଗମାନେ ଚାରିଧାମ ଯାତ୍ରା ସମୟରେ ଏମିତି ଏକ ଭୟାବହ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ନିଖୋଜ ହୋଇଯିବେ ସେ କଥା କେହି ସ୍ବପ୍ନରେ ସୁଦ୍ଧା ଚିନ୍ତା କରି ନଥିଲେ।

ନିଖୋଜ ଥିବା ଅଶୋକ ଭୋରଙ୍କ ପୁଅ ଆଦିତ୍ୟ କହିଛନ୍ତି, ’ମୁଁ ଶେଷ ଥର ପାଇଁ ମୋ ବାପାଙ୍କ ସହ ଅଗଷ୍ଟ ୪ ତାରିଖରେ କଥା ହୋଇଥିଲି। ଏହି ସମୟରେ ବାପା ଫୋନରେ କହିଥିଲେ,‘‘ ଆମେ ଗଙ୍ଗୋତ୍ରୀରୁ ପ୍ରାୟ ୧୦ କିଲୋମିଟର ଦୂରରେ ଅଛୁ। ରାସ୍ତାରେ ଏକ ବିରାଟ ଗଛ ପଡ଼ିଛି ଛୋଟ ଭୂସ୍ଖଳନ ହୋଇଛି ତେଣୁ ଆମେ ଫସି ଯାଇଛୁ। କିଛି ସମୟ ପରେ ରାସ୍ତାସଫା ହୋଇଗଲେ ଆମେ ପୁଣି ଆମ ଯାତ୍ରାରେ ଆଗେଇ ଯିବୁ।’’ ଏହା କହି ବାପା ଫୋନ କାଟି ଦେଇଥିଲେ। ଏହାପର ଠାରୁ ନା ବାପାଙ୍କ ସହ ନା ତାଙ୍କ ଗୋଷ୍ଠୀରେ ଥିବା ଅନ୍ୟ କୌଣସି ସଦସ୍ୟଙ୍କ ସହିତ ମୋର ଯୋଗାଯୋଗ ହୋଇ ପାରୁ ନାହିଁ।’

ମହାରାଷ୍ଟ୍ରର ବିପର୍ଯ୍ୟୟ ପରିଚାଳନା ଅଧିକାରୀ କହିଛନ୍ତି ଯେ ଫସି ରହିଥିବା ପର୍ଯ୍ୟଟକଙ୍କ ସହିତ ଯୋଗାଯୋଗ କରିବା କଷ୍ଟକର ହୋଇପଡ଼ିଛି। କିନ୍ତୁ, ସେମାନେ ଉତ୍ତରାଖଣ୍ଡ ପ୍ରଶାସନ ସହିତ ଯୋଗାଯୋଗରେ ଅଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe