ଦିଲ୍ଲୀ ଗାଜିପୁର ସୀମାରେ ଚାଷୀଙ୍କ ମହାପଞ୍ଚାୟତ, ସିଂଘୁ ସୀମାରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୁଲିସ୍‌ର ଲାଠି ଚାର୍ଜ

ଦିଲ୍ଲୀ ଗାଜିପୁର ସୀମାରେ ଚାଷୀଙ୍କ ମହାପଞ୍ଚାୟତ, ସିଂଘୁ ସୀମାରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୁଲିସ୍‌ର ଲାଠି ଚାର୍ଜ

www.indiatoday.in

ନୂଆଦିଲ୍ଲୀ: କଣ ରହିବ କୃଷକଙ୍କ ଆଗାମୀ ରଣନୀତି ? ସେ ନେଇ ଦିଲ୍ଲୀ ଗାଜିପୁର ସୀମାରେ ବସିଛି ଚାଷୀଙ୍କ ମହାପଞ୍ଚାୟତ । ବିଶେଷ କରି ୨୬ ଜାନୁଆରିରେ ଚାଷୀଙ୍କ ଟ୍ରାକ୍ଟର ରାଲି ପରେ ବ୍ୟାକଫୁଟରେ ଅଛନ୍ତି କୃଷକ ସଂଗଠନ । ତଥାପି କୃଷି ଆଇନ ପ୍ରତ୍ୟାହାର ଦାବିରେ ଜାରି ରଖିଛନ୍ତି ଆନ୍ଦୋଳନ । ବ୍ୟାପକ ପୁଲିସ ଛାଉଣୀ ଭିତରେ ଗାଜିପୁର ସୀମାରେ ଚାଷୀଙ୍କ ହରତାଳ ଜାରି ରହିଛି । ତେବେ ସିଂଘୁ ସୀମାରେ ପରିସ୍ଥିତି ଉତ୍ତେଜନାମୂଳକ ହୋଇଥିଲା । ସିଂଘୁ ସୀମାରେ ଆନ୍ଦୋଳନରତ ଚାଷୀ ଓ ଚାଷୀ ଅବରୋଧ କରିଥିବା ରାସ୍ତା ଖାଲି କରିବା ଦାବିରେ ପ୍ରତିବାଦ ପ୍ରଦର୍ଶନ କରୁଥିବା ସ୍ଥାନୀୟ ଲୋକଙ୍କ ଭିତରେ ହାତାହାତି ଆରମ୍ଭ ହୋଇଯାଇଥିଲା। ଫଳରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି  ପୁଲିସ୍‌ ଲାଠି ଚାର୍ଜ କରିବା ସହ ଲୁହବୁହା‌ ଗ୍ୟାସ୍‌ ପ୍ରୟୋଗ କରିଛି।

ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଏକାଧିକ ବିରୋଧୀ ଦଳ ନେତା ଗାଜିପୁର ସୀମାରେ ପହଞ୍ଚିଛନ୍ତି । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଚାଷୀ ନେତାଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଟୁଇଟ କରି ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତଙ୍କୁ ସମର୍ଥନ ଜଣାଇଛନ୍ତି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ସମର୍ଥନ ଜଣାଇଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଚାଷୀ ଆନ୍ଦୋଳନକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଚାଷୀଙ୍କ ଉପରେ ଆକ୍ରମଣ କରି ପ୍ରଧାନମନ୍ତ୍ରୀ ଦେଶକୁ ଦୁର୍ବଳ କରିପକାଉଥିବା ସେ ଅଭିଯୋଗ ଆଣିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe