ଜୁନରେ ୧.୮୪ ଲକ୍ଷ କୋଟି ଛୁଇଁଲା ଜିଏସଟି ରାଜସ୍ବ

ନିକଟରେ ସମାପ୍ତ ଜୁନ ମାସରେ ଦେଶର ଜିଏସଟି ସଂଗ୍ରହ ୬.୨ ପ୍ରତିଶତ ବୃଦ୍ଧି ପାଇ ୧.୮୪ ଲକ୍ଷ କୋଟିରେ ପହଞ୍ଚିଛି । ଗତ ବର୍ଷ ଜୁନ ମାସରେ ଏହା ୧ ଲକ୍ଷ ୭୩ ହଜାର ୮୧୩ କୋଟି ଟଙ୍କା ଥିଲା ଓ ଗତ ମେ ମାସ (ମେ ୨୦୨୫)ରେ ଜିଏସଟି ସଂଗ୍ରହ ୨.୦୧ ଲକ୍ଷ କୋଟି ଟଙ୍କା ଥିଲା ।

ଅଦ୍ୟତନ ହୋଇଛି
gst

ନୂଆଦିଲ୍ଲୀ : ନିକଟରେ ସମାପ୍ତ ଜୁନ ମାସରେ ଦେଶର ଜିଏସଟି ସଂଗ୍ରହ ୬.୨ ପ୍ରତିଶତ ବୃଦ୍ଧି ପାଇ ୧.୮୪ ଲକ୍ଷ କୋଟିରେ ପହଞ୍ଚିଛି । ଗତ ବର୍ଷ ଜୁନ ମାସରେ ଏହା ୧ ଲକ୍ଷ ୭୩ ହଜାର ୮୧୩ କୋଟି ଟଙ୍କା ଥିଲା ଓ ଗତ ମେ ମାସ (ମେ ୨୦୨୫)ରେ ଜିଏସଟି ସଂଗ୍ରହ ୨.୦୧ ଲକ୍ଷ କୋଟି ଟଙ୍କା ଥିଲା ।

ଜୁନ ମାସରେ ଓଡ଼ିଶାରେ ଜିଏସଟି ସଂଗ୍ରହ ୨ ପ୍ରତିଶତ ବୃଦ୍ଧି ସହ ୫୦୭୯ କୋଟି ଟଙ୍କାରେ ପହଞ୍ଚିଛି । ଜୁନ ୨୦୨୪ରେ ଏହା ୪୯୮୭ କୋଟି ଟଙ୍କା ଥିଲା । 

ମଙ୍ଗଳବାର ଜାରି ଅର୍ଥ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଜୁନ ମାସରେ ଆଦାୟ ୧.୮୪ ଲକ୍ଷ କୋଟି ମଧ୍ୟରୁ କେନ୍ଦ୍ରୀୟ ଜିଏସଟି ରାଜସ୍ବ ୩୪,୫୫୮ କୋଟି ଟଙ୍କା ଥିଲା, ରାଜ୍ୟ ଜିଏସଟି ୪୩,୨୬୮ କୋଟି ଟଙ୍କା ଥିଲା ଓ ସମନ୍ବିତ ଜିଏସଟି ରାଜସ୍ବ ୯୩,୨୮୦ କୋଟି ଟଙ୍କା ଥିଲା । ସେହିପରି ସେସ ରାଜସ୍ବ ୧୩,୪୯୧ କୋଟି ଟଙ୍କା ଥିଲା । ଏହି ମାସରେ ମୋଟ ରିଫଣ୍ଡ ୨୮.୪ ପ୍ରତିଶତ ବୃଦ୍ଧି ପାଇ ୨୫,୪୯୧ କୋଟି ଟଙ୍କାରେ ପହଞ୍ଚିଛି। ନେଟ୍ ଜିଏସଟି ସଂଗ୍ରହ ବର୍ଷ ବର୍ଷ ଧରି ୩.୩ ପ୍ରତିଶତ ବୃଦ୍ଧି ପାଇ ୧.୫୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

ଜୁନ ମାସରେ ଓଡ଼ିଶାରେ ଜିଏସଟି ସଂଗ୍ରହ ୨ ପ୍ରତିଶତ ବୃଦ୍ଧି ସହ ୫୦୭୯ କୋଟି ଟଙ୍କାରେ ପହଞ୍ଚିଛି । ଜୁନ ୨୦୨୪ରେ ଏହା ୪୯୮୭ କୋଟି ଟଙ୍କା ଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe