ନୂଆଦିଲ୍ଲୀ: ଚଳିତବର୍ଷ ଫେବ୍ରୁଆରି ମାସରେ ଦେଶରେ ଜିଏସ୍ଟି (ସାମଗ୍ରୀ ଓ ସେବା ଟିକସ) ଆଦାୟ ରାଶି ୧.୮୩ ଲକ୍ଷ କୋଟି ରହିଛି। ଗତବର୍ଷ ଫେବ୍ରୁଆରି ତୁଳନାରେ ଏହା ୮.୧ ପ୍ରତିଶତ ଅଧିକ। ଏଥିଯୋଗୁ ଚଳିତ ଆର୍ଥିକବର୍ଷର ପ୍ରଥମ ୧୧ ମାସରେ ଜିଏସ୍ଟି ଆଦାୟ ରାଶି ୨୦.୨୭ ଲକ୍ଷ କୋଟି ଟଙ୍କା ରହିଛି, ଯାହାକି ପୂର୍ବ ଆର୍ଥିକ ବର୍ଷର ପ୍ରଥମ ମାସ ତୁଳନାରେ ୮.୩ ପ୍ରତିଶତ ଅଧିକ। ଫେବ୍ରୁଆରି ମାସରେ ମୋଟ ଫେରସ୍ତ ରାଶି ୨୨,୫୯୫ କୋଟି ଟଙ୍କା ରହିଛି, ଯାହାକି ଗତବର୍ଷ ଫେବ୍ରୁଆରି ତୁଳନାରେ ୧୦.୨ ପ୍ରତିଶତ ଅଧିକ। ଫଳରେ ସରକାରଙ୍କ ନିଟ୍ ଜିଏସ୍ଟି ଆଦାୟ ରାଶି ଫେବ୍ରୁଆରିରେ ୧.୬୧ ଲକ୍ଷ କୋଟି ଟଙ୍କା ରହିଛି।
GST collection: ଫେବ୍ରୁଆରିରେ ୧.୮୩ ଲକ୍ଷ କୋଟି ଜିଏସ୍ଟି ଆଦାୟ
Advertisment
Follow Us