ETNOW
ନୂଆଦିଲ୍ଲୀ: କରୋନା ମହାମାରୀ ଦେଶର ଜିଏସ୍ଟି ରାଜସ୍ୱ ସଂଗ୍ରହକୁ ଗଭୀର ଭାବେ ପ୍ରଭାବିତ କରିଛି। ଗତବର୍ଷ ତୁଳନାରେ ଜୁନ୍ ମାସରେ ଦେଶରେ ଜିଏସ୍ଟି ଆୟରେ ୯ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି। ଗତ ଜୁନ୍ ମାସରେ ୯୦,୯୧୭ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଥିବା ବେଳେ ମେ ମାସରେ ଏହାର ପରିମାଣ ୬୨,୦୦୯ କୋଟି ଏବଂ ଏପ୍ରିଲରେ ୩୨,୨୯୪ କୋଟି ଟଙ୍କା ଥିଲା। କିନ୍ତୁ, ୨୦୧୯-୨୦ ଆର୍ଥିକ ବର୍ଷର ଏପ୍ରିଲ ମାସରେ ଦେଶରୁ ୧,୧୩,୮୬୬ କୋଟି, ମେ ମାସରେ ୧,୦୯,୨୮୯ କୋଟି ଓ ଜୁନ୍ ମାସରେ ୯୯,୯୦୪ କୋଟି ଟଙ୍କା ଆୟ ହୋଇଥିଲା।
ଦେଶରେ ସାମଗ୍ରୀ ଏବଂ ସେବା କରରେ (ଜିଏସ୍ଟି) ଜୁନ୍ ମାସରେ ଗତବର୍ଷ ତୁଳନାରେ ୯ ପ୍ରତିଶତ ହ୍ରାସ ଘଟିଥିବା ବେଳେ ମେ ମାସରେ ୬୨ ପ୍ରତିଶତ ଓ ଏପ୍ରିଲରେ ୨୮ ପ୍ରତିଶତ ହ୍ରାସ ପାଇଥିଲା।
/sambad/media/post_attachments/wp-content/uploads/2020/07/A1.jpg)
ଚଳିତି ଆର୍ଥିକ ବର୍ଷର ପ୍ରଥମ ତ୍ରୈ-ମାସିକ (ଏପ୍ରିଲ୍-ଜୁନ୍) ପାଇଁ ଜିଏସ୍ଟି ସଂଗ୍ରହ ୫୯ ପ୍ରତିଶତ ହ୍ରାସ ପାଇଥିବା ଜାଣିବାକୁ ମିଳିଛି। ଆଉ ପଛରେ ମୂଳ କାରଣ ହେଉଛି କୋଭିଡ୍-୧୯ ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲାଗୁ କରା ଯାଇଥିବା ଲକଡାଉନ୍।
ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଗତ ଜୁନ୍ ମାସରେ ସଂଗୃହୀତ ମୋଟ ଜିଏସ୍ଟି ରାଜସ୍ୱ ୯୦.୯୧୭ କୋଟି ହୋଇଛି। ଏଥି ମଧ୍ୟରେ କେନ୍ଦ୍ରୀୟ ଜିଏସ୍ଟି ହେଉଛି ୧୮,୯୮୦ କୋଟି, ରାଜ୍ୟ ଜିଏସ୍ଟି ହେଉଛି ୨୩,୯୭୦ କୋଟି, ଇଣ୍ଟିଗ୍ରେଟେଡ୍ ଜିଏସ୍ଟି ହେଉଛି ୪୦,୩୦୨ କୋଟି (ସାମଗ୍ରୀ ଆମଦାନରେ ସଂଗ୍ରହ ହୋଇଥିବା ୧୫,୭୦୯ କୋଟି ଟଙ୍କା ସହିତ) ଏବଂ ସେସ୍ ହେଉଛି ୭,୬୬୫ କୋଟି ଟଙ୍କା ବୋଲି ଜାରି ଏକ ବିବୃତ୍ତିରେ କୁହାଯାଇଛି।
/sambad/media/post_attachments/wp-content/uploads/2020/07/A2.jpg)
ଓଡ଼ିଶାରେ ମଧ୍ୟ ଗତବର୍ଷ ତୁଳନାରେ ଜୁନ୍ ମାସରେ ଜିଏସ୍ଟି ଆୟରେ ୮ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି। ଗତ ଜୁନ୍ ମାସରେ ଓଡ଼ିଶାରେ ୨୬୯୪ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଥିବା ବେଳେ ଗତ ବର୍ଷ ଜୁନ୍ ମାସରେ ଏହାର ପରିମାଣ ଥିଲା ୨୯୨୩ କୋଟି।
Follow Us