ସଂକ୍ରମିତ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଗାଇଡ୍‌ଲାଇନ୍‌ ଜାରି, ତୁରନ୍ତ ପାଳନ କରିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ

Advertisment
ସଂକ୍ରମିତ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଗାଇଡ୍‌ଲାଇନ୍‌ ଜାରି, ତୁରନ୍ତ ପାଳନ କରିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ

scmp.com

ନୂଆଦିଲ୍ଲୀ : କରୋନା ସଂକ୍ରମିତ ବର୍ଜ୍ୟବସ୍ତୁ ପରିଚାଳନା ସୁପରିଚାଳନା କରାଯିବା ନେଇ ‌ସମସ୍ତ ରାଜ୍ୟ ସରକାର, ‌ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥା ପୌର ନିଗମଗୁଡ଼ିକୁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ରାଜ୍ୟମାନଙ୍କୁ ତ୍ବରିତ ରୂପେ ଗାଇଡ୍‌ଲାଇନ୍‌ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସିପିସିବି ଦ୍ବାରା ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ ଅନୁସାରେ, କରୋନା ସଂକ୍ରମଣ ବର୍ଜ୍ୟବସ୍ତୁ ପାଇଁ ନାଲି ଓ ହଳଦିଆ ରଂଗର ଡଷ୍ଟବିନ୍‌ର ବ୍ୟବସ୍ଥା କରିବାକୁ ପଡ଼ିବ। ନାଲି ରଂଗର ଡଷ୍ଟବିନ୍‌ରେ କରୋନା ସଂକ୍ରମିତର ବର୍ଜ୍ୟ ଓ ହଳଦିଆ ଡଷ୍ଟବିନ୍‌ରେ ଗୃହାବଦ୍ଧ (କ୍ବାରାଣ୍ଟିନ୍‌) ବ୍ୟକ୍ତିମାନଙ୍କର ଆବର୍ଜନା ପକାଯିବ। ଏଥିରେ ଡବଲ ପଲିବ୍ୟାଗ୍‌ ଲଗାଇିା ପାଇଁ ନିର୍ଦ୍ଦେଶ ଦିଆଯାଇଛି, ଯାହାଦ୍ବାରା ଆବର୍ଜନାର ଲିକେଜକୁ ରୋକାଯାଇପାରିବ। ପ୍ରତ୍ୟେକ ଡାକ୍ତରଖାନା ଓ କ୍ବାରାଣ୍ଟିନ୍‌ କେନ୍ଦ୍ରରେ ବର୍ଜ୍ୟବସ୍ତୁ ପରିଚାଳନା ଅଲଗା ରୂପେ କରାଯିବ। ସ୍ଥାନୀୟ ପୌର ନିଗମଗୁଡ଼ିକ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ଟିମ୍‌ ଗଠନ କରିବା ପାଇଁ ଗାଇଡଲାଇନ୍‌ରେ କୁହାଯାଇଛି। ଗାଇଡଲାଇନ୍‌ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି। ଆର୍ବ୍ୟଜନା ସଂଗ୍ରହରେ ନିୟୋଜିତ ସଫେଇ କର୍ମଚାରୀ, ସମସ୍ତ ବାହନ ଓ ଡଷ୍ଟବିନ୍‌ଗୁଡ଼ିକ ନିୟମିତ ରୂପେ ସାନିଟାଇଜ୍‌ କରାଯିବ।
ଉଲ୍ଲେଖଯୋଗ୍ୟ, କରୋନା ଆବର୍ଜନାକୁ ବାୟୋମେଡ଼ିକାଲ ୱେଷ୍ଟରେ ସାମିଲ କରାଯାଇପାରିନଥିବାରୁ ଏହାର ପରିଚାଳନା ପାଇଁ ଜାତୀୟସ୍ତରରେ ଗାଇଡଲାଇନ୍‌ ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe