ଚିନ୍ତା ବଢ଼ାଉଛି ଓମିକ୍ରନ: ରାଜ୍ୟ ପାଇଁ ନୂଆ ଗାଇଡଲାଇନ ଜାରି କଲା କେନ୍ଦ୍ର

Advertisment
ଚିନ୍ତା ବଢ଼ାଉଛି ଓମିକ୍ରନ: ରାଜ୍ୟ ପାଇଁ ନୂଆ ଗାଇଡଲାଇନ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: ଚିନ୍ତା ବଢ଼ାଉଛି ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ। ଦକ୍ଷିଣ ଆଫ୍ରିକା ସମେତ ବିଭିନ୍ନ ଦେଶରେ ଏହି ନୂଆ ଭାରିଆଣ୍ଟ ଦ୍ବାରା ଲୋକେ ଆକ୍ରାନ୍ତ ହେବା ପରେ ଏବେ ଭାରତବାସୀଙ୍କୁ ସତର୍କ ରହିବାକୁ କହିଛନ୍ତି ‌ସରକାର। ଏହା ସହ ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନରେ କିଛି ପରିବର୍ତ୍ତନ ଆଣି ନୂଆ କରି ଏକ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର।

ସଂକ୍ରମଣ ଉପରେ ନଜର ରଖିବା ପାଇଁ ମନିଟରିଂ ବୃଦ୍ଧି ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ନୂତନ ଭାରିଆଣ୍ଟ ଓମିକ୍ରନ ସମ୍ବନ୍ଧରେ ସମସ୍ତ ରାଜ୍ୟକୁ ଏକ ଚିଠି ଲେଖି ଆନ୍ତର୍ଜାତୀୟ ଯାତ୍ରୀମାନଙ୍କ ଉପରେ କଡ଼ା ନଜର, ବର୍ଦ୍ଧିତ ପରୀକ୍ଷଣ, ହଟସ୍ପଟ୍ ଉପରେ ନଜର, ଜିନୋମ ସିକ୍ୟୁଏନସିଙ୍ଗ, ସ୍ୱାସ୍ଥ୍ୟ ଭିତ୍ତିଭୂମି ବୃଦ୍ଧି, ନୀରିକ୍ଷଣ ପଦକ୍ଷେପ ବୃଦ୍ଧି ଏବଂ କରୋନା ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe