କରୋନା ତଥ୍ୟ ରିପୋର୍ଟିଂରେ ନିର୍ଦେଶାବଳୀ ଆବଶ୍ୟକ, ଭାରତ ପାଇଁ ଜନସଂଖ୍ୟା ବଡ଼ ଚ୍ୟାଲେଞ୍ଜ

ଦିଲ୍ଲୀରେ ଖୁବ୍ ଶୀଘ୍ର ହଟିବ କଟକଣା: ସ୍ବାସ୍ଥ୍ୟମନ୍ତ୍ରୀ

News18.com

ନୂଆଦିଲ୍ଲୀ : ଭାରତର କରୋନା ମୁକାବିଲାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଖୁବ୍‌ ପ୍ରଶଂସା କରିଥିଲେ ମଧ୍ୟ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି ଯେ ଭାରତ ତଥ୍ୟ ରିପୋର୍ଟ କରିବା ନେଇ କିଛି ଜାତୀୟ ନିର୍ଦ୍ଦେଶାବଳୀ ଆବଶ୍ୟକ କରୁଛି। ଡବ୍ଲ୍ୟୁଏଚ୍ଓ କହିଛନ୍ତି ଭାରତ ପାଇଁ ବଡ଼ ଚ୍ୟାଲେଂଜ ହେଉଛି ଏହାର ଜନସଂଖ୍ୟା ଏବଂ ଭୌଗୋଳିକ ବିବିଧତା । ଅନେକ ରାଜ୍ୟରେ ବି ସଂକ୍ରମଣ ବଢ଼ିଚାଲିଛି। କରୋନା ମୁକାବିଲା ଦିଗରେ ଭାରତ ‌ଯେଭଳି ପଦକ୍ଷେପ ଗ୍ରହଣ କରିଛି ତାକୁ ଡବ୍ଲ୍ୟୁଏଚ୍‌ଓ ପ୍ରଶଂସା କରିଛନ୍ତି। ଡବ୍ଲ୍ୟୁଏଚ୍ଓର ମୁଖ୍ୟ ବୈଜ୍ଞାନିକ ଡ. ସୌମ୍ୟା ସ୍ବାମୀନାଥନ କହିଛନ୍ତି, ଭାରତ ସରକାର କରୋନା ମହାମାରୀର ଆରମ୍ଭରୁ ଅତି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ଏବଂ ଡବ୍ଲ୍ୟୁଏଚ୍ଓ ନିର୍ଦ୍ଦେଶାବଳୀ ମଧ୍ୟ ଅନୁପାଳନ କରିଛନ୍ତି। ଭାରତ ଏବେ ୨ ଲକ୍ଷରୁ ଅଧିକ ଟେଷ୍ଟ୍‌ କରୁଛି। ଏହା ଭାରତ ପାଇଁ ଏକ ବଡ଼ ସଫଳତା। କିନ୍ତୁ ସେ କହିଛନ୍ତି, ତଥ୍ୟ ଉପରେ ଆମକୁ ଗୁରୁତ୍ବ ଦେବାକୁ ହେବ। ତଥ୍ୟ ପାଇଁ ଆମକୁ ଏକ ବ୍ୟବସ୍ଥିତ ପଦ୍ଧତି ଆବଶ୍ୟକ । ତଥ୍ୟ ରିପୋର୍ଟ ପାଇଁ ଏକ ଜାତୀୟ ନିର୍ଦ୍ଦେଶାବଳୀ ଦରକାର। ଭିନ୍ନ ସ୍ଥାନରେ ଭିନ୍ନ ଭାବେ ଖବରକୁ ରିପୋର୍ଟ କରାଯାଉଛି। ପ୍ରଥମେ ଜଣେ କେଉଁ ସ୍ଥାନରେ କେତେ ସଂକ୍ରମଣ ରହିଛି ତାହା ଜାଣିବା ଉଚିତ୍‌। ତେବେ ପ୍ରତି ୧୦ ଲକ୍ଷ ଲୋକରେ କେତେ ସଂକ୍ରମିତ ତାହା ଜାଣିବା ପାଇଁ ଟେଷ୍ଟିଂ ଦରକାର। ଟେଷ୍ଟିଂ ବଢ଼ିଲେ ଅଧିକ ସଂକ୍ରମଣ ବି ରିପୋର୍ଟ କରାଯିବ। କିନ୍ତୁ କେବଳ ସଂଖ୍ୟା ଉପରେ ଫୋକସ୍‌ କଲେ ହେବନି। ଟେଷ୍ଟିଂ ବାଦ୍ ମଧ୍ୟ ମହାମାରୀ କିଭଳି ବଢ଼ୁଛି, ଏହା ବାସ୍ତବରେ ବଢ଼ୁଛି ନା' କମୁଛି କିମ୍ବା ସ୍ଥିର ରହିଛି ତାହା ଜାଣିବାକୁ ପଡ଼ିବ। ଡ. ସ୍ବାମୀନାଥନ କହିଛନ୍ତି, ପ୍ରତିଟି ମାମଲାରୁ କେତେ କଣ୍ଟାକ୍ଟ୍‌ ଟ୍ରେସ୍‌ କରାଯାଉଛି ଏବଂ ସେମାନଙ୍କ ମଧ୍ୟରୁ କେତେଜଣ କ୍ବାରାଣ୍ଟିନ୍‌ରେ ରହୁଛନ୍ତି ଏବଂ କେତେ ସମୟ ମଧ୍ୟରେ କଣ୍ଟାକ୍ଟ ଟ୍ରେସିଂ ହୋଇପାରୁଛି ତାହା ଗୁରୁତ୍ବପୂର୍ଣ୍ଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe