ଦିଲ୍ଲୀର କେଉଁ ମହିଳାଙ୍କୁ ମିଳିବ ମାସିକ ୨୫୦୦ ଟଙ୍କା ? ଆସିଲା ସର୍ତ୍ତାବଳୀ...

2500 to women

Photograph: (SAMBAD.IN)

ନୂଆଦିଲ୍ଲୀ: ପୂରା ହେବ ମହିଳାଙ୍କ ସ୍ବପ୍ନ । ଦିଲ୍ଲୀ ମହିଳାଙ୍କୁ ମିଳିବ ମାସିକ ୨୫୦୦ ଟଙ୍କା । ମହିଳାଙ୍କୁ ସଶକ୍ତ ଏବଂ ସ୍ବାବଲମ୍ବୀ କରାଇବାକୁ ମାସକୁ ୨୫୦୦ ଟଙ୍କା ମାଗଣା ଦେବାକୁ ବିଜେପି ନିଜ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିବା ବେଳେ ଏବେ ସରକାର ଗଢିବା ପରେ ଏହି ଯୋଜନାକୁ କାର୍ୟ୍ୟକାରୀ କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । 

ଦିଲ୍ଲୀର ମାଆମାନଙ୍କୁ ମାସିକ ୨୫୦୦ ଟଙ୍କା ଖୁବଶୀଘ୍ର ଦେବେ ରେଖା ସରକାର ଆଉ ଏଥିପାଇଁ କିଛି ସର୍ତ୍ତାବଳୀ ଲାଗୁ କରିବାକୁ ଯୋଜନା ଚାଲିଛି । ଦିଲ୍ଲୀର ସବୁ ମହିଳାଙ୍କୁ ମିଳିବନି ମାଗଣା ୨୫୦୦ ଟଙ୍କା । ମହିଳା ସମୃଦ୍ଧି ଯୋଜନାରେ ଟଙ୍କା ପାଇବାକୁ ହେଲେ ମହିଳାମାନଙ୍କୁ କିଛି ସର୍ତ୍ତ ପୂରା କରିବାକୁ ପଡିବ । ଯେଉଁମାନେ ଗାଇଡଲାଇନ୍ ଭିତରେ ଆସୁଥିବେ ସେମାନଙ୍କୁ ମାସକୁ ମିଶିବ ୨୫୦୦ ଟଙ୍କା ।

ମହିଳାଙ୍କୁ ଆର୍ଥିକ ସ୍ତରରେ ସହାୟତା ଯୋଗାଇବାକୁ ରେଖା ସରକାର ପ୍ରତି ମହିଳାଙ୍କ ଖାତାକୁ ସିଧା ମାସକୁ ୨୫୦୦ ଟଙ୍କା ପଠାଇବାକୁ ଯୋଜନା କରୁଥିବା ବେଳେ ଜାଣନ୍ତୁ ଟଙ୍କା ପାଇବାକୁ ହେଲେ ହିତାଧିକାରୀ କେଉଁ କେଉଁ ସର୍ତ୍ତ ଭିତରେ ଅନ୍ତର୍ଭୁକ୍ତ ଥିବା ଦରକାର ।

୨୫୦୦ ଟଙ୍କା ପାଇଁ ସର୍ତ୍ତାବଳୀ
-ପ୍ରତି ପରିବାରର ଜଣେ ମହିଳାଙ୍କୁ ମିଳିବ ଯୋଜନାର ଲାଭ
-ବିପିଏଲ କାର୍ଡରେ ଯଦି ୪ ଜଣ ମହିଳାଙ୍କ ନାମ ରହିଛି ତେବେ କାର୍ଡରେ ଥିବା ସବୁଠୁ ଅଧିକ ବୟସ୍କ ମହିଳାଙ୍କୁ ଯୋଜନାର ଲାଭ ମିଳିବ
-୩ରୁ ଅଧିକ ପିଲା ଥିଲେ ମିଳିବନି ୨୫୦୦ ଟଙ୍କା
-ଯେଉଁ ମହିଳାଙ୍କର ୩ଟି ପିଲା ଥିବେ ଆଉ ଯଦି ସେମାନେ ଟୀକା ନେଇ ନଥିବେ ତାହାଲେ ଯୋଜନାରୁ ଫାଇଦା ମିଳିବନି
-୨୫୦୦ ଟଙ୍କା ପାଇବାକୁ ହେଲେ ମହିଳାଙ୍କର ବିପିଏଲ କାର୍ଡ ଥିବା ଜରୁରୀ
-ମହିଳାଙ୍କ ବୟସ ୨୧ରୁ ୬୦ ଭିତରେ ରହିବା ଆବଶ୍ୟକ

ତେବେ ନିର୍ବାଚନ ଆଗରୁ ବିଜେପି ଦିଲ୍ଲୀର ସବୁ ମହିଳାଙ୍କୁ ୨୫୦୦ ଟଙ୍କା ଦେବାକୁ ଘୋଷଣା କରିଥିବା ବେଳେ ଏବେ କିଛି ସର୍ତ୍ତାବଳୀ ଲାଗୁ କରିବାକୁ ଯାଉଥିବାରୁ ମହିଳାଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe