ସୋସିଆଲ ମିଡିଆର ପ୍ରଭାବଶାଳୀ ବ୍ୟକ୍ତିଙ୍କ ପାଇଁ ଗାଇଡ୍‌ଲାଇନ୍‌ ଆସିବ

Advertisment
ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସରମାନଙ୍କୁ ଚେତାବନୀ ଦେଲେ କେନ୍ଦ୍ର ସରକାର

Neil Patel

ନୂଆଦିଲ୍ଲୀ : ସୋସିଆଲ ମିଡିଆର ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ଲାଗି ସରକାର ଆସନ୍ତା ୧୫ ଦିନ ଭିତରେ ଗାଇଡ୍‌ଲାଇନ୍ ଜାରି କରିବେ। ସେମାନେ ପ୍ରଚାର କରୁଥିବା ଉତ୍ପାଦ ସହ କ’ଣ ସମ୍ପର୍କ ରହିଛି ତାହା ତାଙ୍କୁ ଘୋଷଣା କରିବାକୁ ପଡ଼ିବ। ଉପଭୋକ୍ତା ବ୍ୟାପାର ବିଭାଗ ସେହି ଗାଇଡ୍‌ଲାଇନ ପ୍ରସ୍ତୁତ କରୁଛି। ସେଥିରେ ସୋସିଆଲ ମିଡିଆ ପ୍ରଭାବଶାଳୀ ବ୍ୟକ୍ତିମାନେ କ’ଣ କରିବେ ଓ କ’ଣ ନକରିବେ ତାହା ସ୍ପଷ୍ଟ ଭାବେ ଉଲ୍ଲେଖ କରାଯିବ। ସରକାରଙ୍କ ପାଖରେ ଖବର ରହିଛି ଯେ ଇନ‌ଷ୍ଟାଗ୍ରାମ୍‌ ଭଳି ସୋସିଆଲ ମିଡିଆରେ ଅଧିକ ଅନୁଗାମୀ ଥିବା ଲୋକମାନେ କଂପାନିଗୁଡ଼ିକଠାରୁ ଟଙ୍କା ନେଇ ପ୍ରତିବଦଳରେ ସେମାନଙ୍କ ଉତ୍ପାଦର ପ୍ରଚାର କରୁଛନ୍ତି।

ସେହିପରି, ‌ଇ-କମର୍ସ ସାଇଟ୍‌ର ନକଲି ରିଭ୍ୟୁ ଉପରେ ଅଙ୍କୁଶ ଲଗାଇବା ପାଇଁ ମଧ୍ୟ ବିଭାଗ ଏକ ବ୍ୟବସ୍ଥା ବିକଶିତ କରିଛି ଯାହା ଖୁବ୍‌ଶୀଘ୍ର ଜାରି କରାଯିବ। ନକଲି ରିଭ୍ୟୁ ଗ୍ରାହକମାନଙ୍କୁ ବିଭ୍ରାନ୍ତ କରୁଛି ଓ ସେମାନେ କିଣାକିଣି ବେଳେ ଭୁଲ ନିଷ୍ପତ୍ତି ନେଉଛନ୍ତି। ଏହି ସମସ୍ୟ‌ା ଉପରେ ସରକାର ଅଙ୍କୁଶ ଲଗାଇବାକୁ ଚାହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe