ସଂପର୍କୀୟ ଭାଇର ପ୍ରେମରେ ପଡ଼ି ସ୍ବାମୀକୁ ହତ୍ୟା କଲେ ମହିଳା !

ଗୁଜରାଟରୁ ଆସିଛି ଆଶ୍ଚର୍ଯ୍ୟଜନକ ଘଟଣା। ପରକୀୟା ପ୍ରୀତିର ଏକ କରୁଣ ପରିସ୍ଥିତି ଦେଖିବାକୁ ମିଳିଛି। ସର୍ମ୍ପକୀୟ ଭାଇକୁ ପ୍ରେମ କରି ଜଣେ ମହିଳା ନିଜ ନବ ବିବାହିତ ସ୍ବାମୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

www.deccanherald.com

ଗାନ୍ଧୀନଗର: ଗୁଜରାଟରୁ ଆସିଛି ଆଶ୍ଚର୍ଯ୍ୟଜନକ ଘଟଣା। ପରକୀୟା ପ୍ରୀତିର ଏକ କରୁଣ ପରିସ୍ଥିତି ଦେଖିବାକୁ ମିଳିଛି। ସର୍ମ୍ପକୀୟ ଭାଇକୁ ପ୍ରେମ କରି ଜଣେ ମହିଳା ନିଜ ନବ ବିବାହିତ ସ୍ବାମୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଘଟଣାଟି ହେଉଛି ଗୁଜୁରାଟୀ ଗାନ୍ଧୀନଗରର। ବାହାଘରର ମାତ୍ର  ୪ ଦିନ ପରେ ଏପରି ଅଭାବନୀୟ ଘଟଣା ଘଟିଛି। ସଂପର୍କୀୟ ଭାଇର ପ୍ରେମରେ ଉବୁଡୁବୁ ମହିଳା ସ୍ବାମୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନାନୁସାରେ ଅହମ୍ମଦାବାଦର ବୈଭିକ ପାୟଲକୁ ବିବାହ କରିଥିଲେ। ପାୟଲ ନିଜ ସମ୍ପୀକୀୟ ଭାଇର ପ୍ରେମରେ ପଡିବା ସହ ତା ସହ ମିଶି ହତ୍ୟା ଷଡ଼ଯନ୍ତ୍ର କରିଥିଲା ।

ତେବେ ଦୀର୍ଘ ଘଂଣ୍ଟା ଧରି ବୈଭିକଙ୍କ କୌଣସି ସୂଚନା ନ ମିଳିବା ପରେ ପୁଲିସକୁ ଖବର ଦେଇଥିଲେ ପରିବାର। ପରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଛାନଭିନରେ ସତ୍ୟ ସାମ୍ନାକୁ ଆସିଛି । ଅପହରଣ ପରେ କାର ଭିତରେ ହତ୍ୟା କରି କେନାଲରେ ଫିଙ୍ଗିଥିଲେ ଅଭିଯୁକ୍ତ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe