୧୦ଲକ୍ଷ ସରକାରୀ ଚାକିରି ସହ ୩ହଜାର ଟଙ୍କାର ବେରୋଜଗାର ଭତ୍ତା ଦେବୁ; ଗୁଜରାଟରେ କେଜ୍ରିୱାଲଙ୍କ ଘୋଷଣା

Advertisment
୧୦ଲକ୍ଷ ସରକାରୀ ଚାକିରି ସହ ୩ହଜାର ଟଙ୍କାର ବେରୋଜଗାର ଭତ୍ତା ଦେବୁ; ଗୁଜରାଟରେ କେଜ୍ରିୱାଲଙ୍କ ଘୋଷଣା

ଅହମଦାବାଦ: ଚଳିତ ବର୍ଷ ଗୁଜରାଟରେ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ସଭା ଆରମ୍ଭ ହୋଇଛି। ଏହା ସହିତ ଗୁଜରାଟକୁ ନେତାଙ୍କ ଗସ୍ତ ମଧ୍ୟ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଆପ୍ ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜ୍ୟର ଦ୍ୱାରକା ସହରରେ ଏକ ସଭାକୁ ସମ୍ବୋଧିତ କରି ବଡ଼ ବଡ଼ ଘୋଷଣା କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, "ମୁଁ ଆପଣ ସମସ୍ତଙ୍କୁ ପ୍ରଣାମ କରୁଛି। ଆପଣମାନେ ସକାଳୁ ବସିଛନ୍ତି। ମୁଁ ଆପଣଙ୍କ ଏହି ଅନୁଗ୍ରହକୁ ଫେରାଇ ପାରିବି ନାହିଁ। ଲୋକମାନେ ମୋତେ କହିଥିଲେ ଯେ, ଏହି ସହରର ଲୋକମାନେ ମୋତେ ବହୁତ ଭଲ ପାଆନ୍ତି। ହେଲେ ନିର୍ବାଚନ ହେଲେ ବିଜେପି ଆସି ମୋତେ ଦୁର୍ବ୍ୟବହାର କରିବ। କିନ୍ତୁ ଦୁର୍ବ୍ୟବହାର କଲେ କ’ଣ ହେବ? ଦେଶ ଅଗ୍ରଗତି କରିବ ନାହିଁ। ଆମେ ଦେଶକୁ ନମ୍ବର ୧ କରିବାକୁ ଆସିଛୁ।

ସେ ଆହୁରି କହିଛନ୍ତି, ମୁଁ ରାଜନୀତି କରିବାକୁ ଆସି ନାହିଁ। ଦେଶକୁ ନମ୍ବର ୧ କରିବାକୁ ଆସିଛି। ମୁଁ ରୋଜଗାର ଦେବାର ଗ୍ୟାରେଣ୍ଟି ଦେଉଛି। ଯଦି ମୁଁ ମୋର ପ୍ରତିଶ୍ରୁତି ପୂରଣ ନ କରେ, ତେବେ ପରବର୍ତ୍ତୀ ନିର୍ବାଚନରେ ମୋତେ ଭୋଟ୍ ଦେବ ନାହିଁ। ଆମେ କ୍ଷମତାକୁ ଆସିଲେ ୧୦ଲକ୍ଷ ସରକାରୀ ଚାକିରି ଦେବୁ। ଯେପର୍ଯ୍ୟନ୍ତ ଚାକିରି ନମିଳିଛି ସେପର୍ଯ୍ୟନ୍ତ ୩ହଜାର ଟଙ୍କାର ବେରୋଜଗାର ଭତ୍ତା ଦେବୁ। ଦିଲ୍ଲୀରେ ଲୋକମାନଙ୍କୁ ୨୪ଘଣ୍ଟା ମାଗଣା ବିଦ୍ୟୁତ୍ ଦିଆଯାଉଛି। ଏହି ଯାଦୁ କେବଳ କେଜ୍ରିୱାଲଙ୍କୁ ଜଣା। ଅନ୍ୟ କେହି ଏ ଯାଦୁ କରିବା ଜାଣିନାହାନ୍ତି। ଗୁଜରାଟରେ ଆମକୁ ସରକାର ଗଠନ କରିବାରେ ସାହାଯ୍ୟ କରନ୍ତୁ। ସରକାର ଗଠନର ୩ମାସ ପରେ ଆପଣଙ୍କ ଲାଇନ୍ ବିଲ୍ ଶୂନ ହେବ। ଏଥିସହ ଆମେ ସମସ୍ତ ପୁରୁଣା ବିଲ୍ ଛାଡ କରି ୩୦୦ୟୁନିଟ୍ ବିଦ୍ୟୁତ୍ ମାଗଣାରେ ଦେବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe