ଦେଶରେ ଏବେ ସାଲୁବାଲୁ ଆଇଏସ ଆତଙ୍କବାଦୀ: ଦିଲ୍ଲୀରୁ ୩ ଗିରଫ ହେବାର ୨ଘଣ୍ଟା ପରେ ଗୁଜୁରାଟରୁ ଏଟିଏସ୍‌ ଗିରଫ କଲା ଆଉ ଜଣେ ମୋଷ୍ଟ ଓ୍ଵାଣ୍ଟେଡ୍‌କୁ...

Advertisment
ଦେଶରେ ଏବେ ସାଲୁବାଲୁ ଆଇଏସ ଆତଙ୍କବାଦୀ: ଦିଲ୍ଲୀରୁ ୩ ଗିରଫ ହେବାର ୨ଘଣ୍ଟା ପରେ ଗୁଜୁରାଟରୁ ଏଟିଏସ୍‌ ଗିରଫ କଲା ଆଉ ଜଣେ ମୋଷ୍ଟ ଓ୍ଵାଣ୍ଟେଡ୍‌କୁ...

Times Now

ଭଦୋଦରା: ରାଜଧାନୀ ଦିଲ୍ଲୀରୁ ସ୍ୱତନ୍ତ୍ର ସେଲ୍‌ ପୁଲିସ୍‌ ଆଜି ଅପରାହ୍ଣରେ ୩ ଜଣ କୁଖ୍ୟାତ ଆଇଏସ୍‌ (ଇସ୍‌ଲାମିକ୍‌ ଷ୍ଟେଟ) ଆତଙ୍କବାଦୀଙ୍କୁ ଗିରଫ ଘଟଣା ସମଗ୍ର ଦିଲ୍ଲୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ; ଆଜି ସନ୍ଧ୍ୟାରେ ଗୁଜୁରାଟର ଆଣ୍ଟି ଟେରୋରିଷ୍ଟ ସ୍କାର୍ଡ ଆଉ ଜଣେ କୁଖ୍ୟାତ ଆଇଏସ୍‌ ଆତଙ୍କବାଦୀକୁ ଭଦୋଦରାର ଗୋରଭା ଅଞ୍ଚଳରୁ ଗିରଫ କରିଛି।

publive-image News Nation

ଗିରଫ ହୋଇଥିବା ଆଇଏସ୍‌ ଆତଙ୍କବାଦୀକୁ ଜାଫର ଅଲ୍ଲୀ ବୋଲି ଚିହ୍ନଟ କରିଛି ଗୁଜୁରାଟ ଏଟିଏସ୍‌। ଗୁଜୁରାଟ ଏଟିଏସ୍‌ ହାତରେ ଗିରଫ ହୋଇଥିବା ଆଇଏସ୍‌ ଆତଙ୍କବାଦୀ ଜାଫର ପୂର୍ବରୁ ତାମିଲନାଡ଼ୁରେ ସଂଘଟିତ ଏକାଧିକ ଆତଙ୍କବାଦୀ ହାମ୍‌ଲାରେ ସଂପୃକ୍ତ ରହିବା ସହ ଦେଶ ଛାଡ଼ି ଫେରାର ହୋଇ ଯାଇଥିଲା। ତାମିଲନାଡ଼ୁ ପୁଲିସ୍‌ ତାକୁ ଗିରଫ କରିବା ପାଇଁ ରାତିଦିନ ଏକ କରି ଦେଇଥିବା ବେଳେ ହଠାତ୍‌ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ କୁଖ୍ୟାତ ଆଇଏସ୍‌ ଆତଙ୍କବାଦୀ ଜାଫରର ଭଦୋଦରାର ଗୋରଭାରୁ ଗିରଫଦାରୀ ହେବା ଘଟଣା ଗୁଜୁରାଟ ପୁଲିସ୍‌ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ, ଆଇଏସ୍‌ ଆତଙ୍କବାଦୀ ଜାଫରର ଗିରଫଦାରୀ ପରେ ପୁଲିସ୍‌ ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି କରା ଯାଇଥିବା ଜାଣିବାକୁ ମିଳିଛି।

publive-image News Nation

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe