ଗୁଜରାଟ ବିଧାନସଭା ନିର୍ବାଚନ: ଅୱେସିଙ୍କୁ କଳା ପତାକା ପ୍ରଦର୍ଶନ

Advertisment
ଦୁଇଟି ନିର୍ବାଚନ ମଣ୍ଡଳୀରେ ଅଛି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅୱେସିଙ୍କ ନାମ

image-dna

ଗୁଜରାଟ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଅୱେସି ସମ୍ପୂର୍ଣ୍ଣ ବ୍ୟସ୍ତ ଅଛନ୍ତି। ସେ ମୁସଲମାନ ପ୍ରାଧାନ୍ୟ ଅଞ୍ଚଳକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ସମାବେଶ କରୁଛନ୍ତି। ଗତକାଲି ରାତିରେ ସେ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ସୁରଟ ପୂର୍ବ ବିଧାନସଭାକୁ ଯାଇଥିଲେ। ଅୱେସି ମଞ୍ଚ ଉପରେ ନିଜର ଅଭିଭାଷଣ ଆରମ୍ଭ କରିବା ମାତ୍ରେ ସେଠାରେ ଉପସ୍ଥିତ କିଛି ମୁସଲମାନ ଯୁବକ ଏହାର ପ୍ରତିବାଦରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ସେମାନେ ଅୱେସିଙ୍କୁ କଳା ପତାକା ଦେଖାଇବା ସହିତ ‘ମୋଦୀ ମୋଦୀ’ ‘ଅୱେସି ଗୋ ବ୍ୟାକ୍‌’ ସ୍ଲୋଗାନ ଦେଇଥିଲେ। ଏହି ଘଟଣା ଅୱେସିଙ୍କ ଗୁଜରାଟ ନିର୍ବାଚନ ଯୋଜନାକୁ ପଣ୍ଡ କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି।

ଅୱେସି ଯେଉଁ ସମାବେଶକୁ ଯାଆନ୍ତି, ସେ ତାଙ୍କ ସମର୍ଥକଙ୍କୁ ସାଙ୍ଗରେ ନେଇଥାନ୍ତି। ସମର୍ଥକମାନେ ଅୱେସିଙ୍କ ସପକ୍ଷରେ ସ୍ଲୋଗାନ ଦେଇଥାନ୍ତି। କିନ୍ତୁ ସୁରଟରେ ଏହା ଓଲଟା ହୋଇଛି। ଏହି ସମାବେଶରେ ବହୁ ସଂଖ୍ୟକ ସ୍ଥାନୀୟ ଯୁବକ ଉପସ୍ଥିତ ଥିଲେ। ସେମାନେ ମୋଦୀଙ୍କ ସମର୍ଥନରେ ଏବଂ ଅୱେସିଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଅୱେସି ଏସବୁ ଉପରେ ନଜର ରଖିଥିଲେ। ପ୍ରତ୍ୟେକ ରାଲିରେ ମୁସଲିମ କାର୍ଡ ଖେଳୁଥିବା ଅୱେସି ନିଜ ଭାଷଣରେ ଦଳିତ କାର୍ଡ ଖେଳିବା ଆରମ୍ଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe