ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ଅବଦୁଲ ମାଜିଦ୍ ଗିରଫ

Advertisment
ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ଅବଦୁଲ ମାଜିଦ୍ ଗିରଫ

Hindustan Times

ନୂଆଦିଲ୍ଲୀ: ଗୁଜୁରାଟର ଆଣ୍ଟି-ଟେରରିଜମ୍ ସ୍କ୍ବାଡ୍ (ଏଟିଏସ୍)କୁ ଏକ ବଡ଼ ସଫଳତା ମିଳିଛି। ଗୁଜୁରାଟ ଏଟିଏସ୍ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ଅବଦୁଲ ମାଜିଦ୍ କୁଟିଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ଜଣା ପଡ଼ିଛି। ଅବଦୁଲ ମାଜିଦଙ୍କୁ ଝାଡଖଣ୍ଡରୁ ଗିରଫ କରାଯାଇଛି। ସେ ୨୪ବର୍ଷ ଧରି ଫେରାର ଥିଲେ। ୧୯୯୬ମସିହାରୁ ମାଜିଦ୍ କୁ ପୁଲିସ ଖୋଜୁଥିଲା ବୋଲି ଏଟିଏସ୍ ଅଧିକାରୀ କହିଛନ୍ତି। ମାଜିଦ କେରଳର ବାସିନ୍ଦା ବୋଲି ଜଣାପଡ଼ିଛି।

अंडरवर्ल्ड डॉन दाऊद इब्राहिम (फाइल फोटोः पीटीआई) aajtak

ଏଟିଏସ୍ ଅଧିକାରୀଙ୍କ ଅନୁଯାୟୀ, ଅବଦୁଲ୍ ମାଜିଦ୍ କୁଟି ୧୯୯୬ମସିହାରେ ୧୦୬ଟି ପିସ୍ତଲ, ପ୍ରାୟ ୭୫୦କାଟ୍ରିଜ୍ ଏବଂ ପ୍ରାୟ ଚାରି କିଲୋଗ୍ରାମ ଆରଡିଏକ୍ସ ଏକତ୍ରିତ କରିବା ମାମଲାରେ ଜଡ଼ିତ ଥିଲେ। ଅଧିକାରୀଙ୍କ କହିବାନୁସାରେ, ଏହି ମାମଲାରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ମାଜିଦ ସେବେଠାରୁ ଫେରାର ଥିଲା। ଏବେ ତାକୁ ଗିରଫ କରିବାରେ ଏଟିଏସ ସଫଳ ହୋଇଛି। ଦାଉଦ ଇବ୍ରାହିମଙ୍କ ଘନିଷ୍ଠ ସହଯୋଗୀ ଅବଦୁଲ ମାଜିଦର ଗିରଫ ଗୁଜୁରାଟ ଏଟିଏସର ଏକ ପ୍ରମୁଖ ସଫଳତା ବୋଲି ବିବେଚନା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe