ଗୁଜରାଟ ଏଟିଏସ୍‌ର ଚଢ଼ଉ: ୫୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

Advertisment
ଗୁଜରାଟ ଏଟିଏସ୍‌ର ଚଢ଼ଉ: ୫୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

ଅହମଦାବାଦ: ଗୁଜରାଟ ଏଟିଏସ୍‌ (ଆତଙ୍କବାଦ ନିୟନ୍ତ୍ରଣ ସ୍କ୍ବାଡ୍‌) ଡ୍ରଗ୍ସ କାରବାର ବିରୋଧରେ ବଡ ଧରଣର ଚଢ଼ଉ କରି ବଡ଼ୋଦରା ଅଞ୍ଚଳରୁ ପ୍ରାୟ ୫୦୦ କୋଟି ଟଙ୍କାର ଡ୍ରଗ୍ସ ଏବଂ ନିଷିଦ୍ଧ ଔଷଧ ଜବତ କରିଛି । ଗତରାତିରୁ ବଡ଼ୋଦରା ଉପକଣ୍ଠରେ ଥିବା ଏକ କାରଖାନା ଏବଂ ଗୋଦାମରେ ଚଢ଼ଉ କରିଥିଲା। ରାତି ତମାମ ଏହି ଚଢ଼ାଉ ଚାଲିଥିବା ବେଳେ ପୁଲିସ ବାହିନୀକୁ ଏକ ବଡ଼ ରୢାକେଟ୍‌ ସଂପର୍କରେ ସୁରାକ୍‌ ମିଳିଛି।

ଏହି ମାମଲାରେ ଏଟିଏସ୍‌ ୫ ଜଣଙ୍କୁ ଗିରଫ କରିଛି। ଏହି କାରଖାନା ନିଷିଦ୍ଧ ଡ୍ରଗ୍ସ ପ୍ରସ୍ତୁତିର ଏକ ମୁଖ୍ୟ କେନ୍ଦ୍ର ଥିଲା ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି। ଏହି କାରବାର ପଛରେ ଥିବା ପୂରା ରୢାକେଟ୍‌ର ପର୍ଦ୍ଦାଫାସ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଥିବା ଜଣାପଡ଼ିଛି। ଚଳିତ ବର୍ଷ ଅଗଷ୍ଟରେ ବଡ଼ୋଦରା ନିକଟରେ ଆଉ ଏକ କାରଖାନାରେ ଚଢ଼ଉ ସମୟରେ ପ୍ରାୟ ୧ ହଜାର କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe