ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମିଳିଲା ତ୍ୱରିତ୍‌ ନ୍ୟାୟ; ମାସକ ମଧ୍ୟରେ ବିଚାର ସରି ଅପରାଧୀକୁ ହେଲା ଫାଶୀ ଦଣ୍ଡାଦେଶ

Advertisment
ସ୍ତ୍ରୀ ହତ୍ୟା ମାମଲା: ଆସାମୀ ନିର୍ଦ୍ଦୋଷରେ ଖଲାସ

ସୁରଟ: ଏକ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମିଳଛି ତ୍ୱରିତ୍‌ ନ୍ୟାୟ। ମାସକ ମଧ୍ୟରେ ମାମଲାର ବିଚାର ସାରି ଅପରାଧୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ବିଚାରପତି।

ସୁରଟର ଏକ ପୋକ୍ସୋ ଅଦାଲତ ମଙ୍ଗଳବାର ଦିନ ଗୁଜୁରାଟରେ ଗତ ମାସରେ ଜନୈକା ଅଢ଼େଇ ବର୍ଷର ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା କରିଥିବା ଅଭିଯୋଗରେ ଜଣେ ୩୫ ବର୍ଷୀୟ ପ୍ରବାସୀ ଶ୍ରମିକକୁ ମୃତ୍ୟୁଦଣ୍ଡ ପ୍ରଦାନ କରିବା ସହ ଏହାକୁ ବିରଳରୁ ବିରଳ ମାମଲା ବୋଲି କହଛନ୍ତି।

ଉଲ୍ଲେଖଯୋଗ୍ୟ, ଏହି ଅପରାଧରେ ପୀଡ଼ିତାର ପରିବାର ବର୍ଗଙ୍କୁ ତ୍ୱରିତ୍‌ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ସୁରଟର ପାଣ୍ଡେସରା ପୁଲିସ ନଭେମ୍ବର ୮ରେ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ସାତ ଦିନ ମଧ୍ୟରେ ମାମଲାର ଚାର୍ଜସିଟ୍‌ ପୋକ୍ସୋ ଅଦାଲତରେ ଦାଖଲ କରିଥିଲା।

ମାମଲାର ବିଚାର ପ୍ରକ୍ରିୟା କାଳରେ ଅଦାଲତ ୪୩ ଜଣ ସାକ୍ଷୀଙ୍କ ବିବୃତ୍ତି ରେକର୍ଡ କରିଥିଲେ ଏବଂ ଏକ ମାସ ମଧ୍ୟରେ ଏହି ମାମଲାର ଶୁଣାଣି ଶେଷ କରି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଏବଂ ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା (ପୋକ୍ସୋ) ଆଇନ ଅନୁଯାୟୀ ଅପହରଣ, ଦୁଷ୍କର୍ମ ଏବଂ ହତ୍ୟା ଅଭିଯୋଗରେ କୋର୍ଟ ସୋମବାର ଅଭିଯୁକ୍ତ ଗୁଡୁ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଜଘନ୍ୟ ଅପରାଧ ପାଇଁ ଅପରାଧୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe