ଆଇପିଏଲ : ରାଜସ୍ଥାନକୁ ୫୮ ରନରେ ପରାସ୍ତ କଲା ଗୁଜରାଟ

Advertisment

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ବୁଧବାର ଖେଳାଯାଇଥିବା ଆଇପିଏଲ ୨୦୨୫ର ୨୩ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୫୮  ରନରେ ପରାସ୍ତ କରିଛି ଗୁଜରାଟ ଟାଇଟାନ୍ସ।

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ବୁଧବାର ଖେଳାଯାଇଥିବା ଆଇପିଏଲ ୨୦୨୫ର ୨୩ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୫୮  ରନରେ ପରାସ୍ତ କରିଛି ଗୁଜରାଟ ଟାଇଟାନ୍ସ।

mm

ଅହମ୍ମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ବୁଧବାର ଖେଳାଯାଇଥିବା ଆଇପିଏଲ ୨୦୨୫ର ୨୩ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୫୮  ରନରେ ପରାସ୍ତ କରିଛି ଗୁଜରାଟ ଟାଇଟାନ୍ସ। ଗୁଜରାଟ ଦ୍ବାରା ରଖାଯାଇଥିବା ୨୧୮ ରନର ଟାର୍ଗେଟର ଜବାବରେ ରାଜସ୍ଥାନ ୧୫୯ ରନ କରିପାରିଥିଲା । ଦଳ ପକ୍ଷରୁ ସିମରନ ହେଟମେୟର ୫୨ ରନ କରିଥିବାବେଳେ ସଂଜୁ ସାମସନ ୪୧ ରନ ଓ ରିୟାନ ପରାଗ ୨୬ ରନ କରିଥିଲେ ।କିନ୍ତୁ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଶେଷ ଯୋଗଦାନ ଦେଇପାରିନଥିଲେ ।

ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୧୭ ରନ କରିଥିଲା । ଦଳର ଅଧିନାୟକ ଶୁଭମନ ଗିଲ୍ ମାତ୍ର ୨ ରନ କରି ଆଉଟ ହୋଇଥିବା ସତ୍ତ୍ବେ ସାଇ ସୁଦର୍ଶନଙ୍କ ସହ ଜସ୍ ବଟଲର ଓ ଶାହରୁଖ ଖାଁଙ୍କ ମଧ୍ୟରେ ଦୁଇଟି ଭଲ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା । ସାଇ ସୁଦର୍ଶନ ୮୨ ରନ କରିଥିବାବେଳେ ଜସ୍ ବଟଲର ଓ ଶାହରୁଖ ଖାଁ ୩୬ ରନ ଲେଖାଏଁ କରିଥିଲେ । ସେହିପରି ରାହୁଲ ତେଓ୍ବାତିଆ ୨୪ ରନ କରିଥିଲେ । ରାଜସ୍ଥାନ ପକ୍ଷରୁ ମହିଶ ତିକସନା ଓ ତୁଷାର ଦେଶପାଣ୍ଡେ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe