Image Courtesy of India Today
ଗାନ୍ଧୀନଗର: ନିର୍ବାଚନରେ ବିଜୟୀ ହେବା ପରେ ଗୁରୁବାର ଦିନ ଗୁଜରାଟ ମୁଖ୍ୟମନ୍ତ୍ରୀ ପଦର ଇସ୍ତଫା ଦେଇଥିବା ଭୂପେନ୍ଦ୍ର ପଟେଲ୍ ଆଜି ‘ବିଜେପି’ ବିଧାୟକମାନଙ୍କ ବୈଠକରେ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହୋଇଛନ୍ତି।
ମୁଖ୍ୟମନ୍ତ୍ରୀ ଭାବେ ପଟେଲ୍ଙ୍କ ନାମ ପ୍ରସ୍ତାବ ଦେଇଥିଲେ କନୁଭାଇ ଦେଶାଇ। ତାଙ୍କ ପ୍ରସ୍ତାବକୁ ବିଧାୟକମାନେ ନିର୍ବିବାଦରେ ସମ୍ମତି ଦେଇଥିଲେ।
ମୁଖ୍ୟମନ୍ତ୍ରୀ ଭାବେ ଜଣେ ନେତାଙ୍କୁ ଚୟନ କରିବା ଲାଗି ଆଜି ପୂର୍ବାହ୍ନ ୧୦.୩୦ରେ ଗାନ୍ଧୀନଗରସ୍ଥିତ ରାଜ୍ୟ କାର୍ଯ୍ୟାଳୟ ‘କମଲମ୍’ରେ ଗୁଜରାଟ ‘ବିଜେପି’ ବିଧାୟକ ଦଳର ବୈଠକ ଡକାଇଥିଲା। ଏହି ବୈଠକରେ ଦଳର ପର୍ଯ୍ୟବେକ୍ଷକ ତଥା ବରିଷ୍ଠ ନେତା ରାଜନାଥ ସିଂହ, ବି.ଏସ୍. ୟେଦ୍ଦିୟୁରପ୍ପା ଏବଂ ଅର୍ଜୁନ ମୁଣ୍ଡା ଯୋଗ ଦେଇଥିଲେ।
Image Courtesy of ANIଏହାପରେ ରାଜ୍ୟରେ ସରକାର ଗଠନ କରିବା ଲାଗି ଦାବି ଉପସ୍ଥାପନ ନିମନ୍ତେ ବିଧାୟକମାନେ ରାଜ୍ୟପାଳଙ୍କ ସହିତ ବୈଠକ କରିବେ।
ସୋମବାର ଦିନ ଭୂପେନ୍ଦ୍ର ପଟେଲ୍ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ସହିତ ସେଦିନ ୨୦ଜଣ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ଶପଥ ନେଇ ତହିଁ ଆରଦିନ କାର୍ଯ୍ୟ ଆରମ୍ଭ କରିବେ। ବିଧାୟକ ଅଳ୍ପେଶ ଠାକୋର ଏବଂ ହାର୍ଦ୍ଦିକ ପଟେଲ୍ଙ୍କୁ କ୍ୟାବିନେଟ୍ରେ ସ୍ଥାନ ମିଳିପାରେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଉକ୍ତ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ।
Follow Us