Livemint
ଅହମଦାବାଦ : ଗତକାଲି ଦିନବେଳା ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କୁ ସାକ୍ଷାତ କରିଥିବା କଂଗ୍ରେସ ବିଧାୟକ ଇମ୍ରାନ ଖେଦୱାଲା କରୋନାରେ ପୀଡି଼ତ ବୋଲି ସନ୍ଧ୍ୟାରେ ସ୍ପଷ୍ଟ ହେବା ପରେ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି ହୋଇଛିା ପରେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ମୁଖ୍ୟମନ୍ତ୍ରୀ ନିଜକୁ ଏକାନ୍ତବାସରେ ରଖିଥିବା ଜଣାଯାଇଛିା ଆଜି ରୂପାନୀଙ୍କ କୋଭିଡ-୧୯ ଟେଷ୍ଟ୍ ହୋଇଥିଲା। ତାଙ୍କଠାରେ ଭାଇରସ୍ ସଂକ୍ରମଣର କୌଣସି ରିପୋର୍ଟ ନାହିଁ ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ, ଗୁଜରାଟର ଖଦିଆ–ଜମାଲପୁର ବିଧାନସଭାମଣ୍ତଳୀକୁ ପ୍ରତିନିଧିତ୍ବ କରୁଥିବା କଂଗ୍ରେସ ବିଧାୟକ ଇମ୍ରାନ୍ ଅନ୍ୟ ଦୁଇ ଜଣ କଂଗ୍ରେସ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଗାନ୍ଧିନଗର ସ୍ଥିତ ତାଙ୍କ ବାସଭବନରେ ସାକ୍ଷାତ କରିଥିଲୋ ଏପରିକି ଏହି ସାକ୍ଷାତ ଆଲୋଚନା ବେଳେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସମେତ ସ୍ବାସ୍ଥ୍ୟବିଭାଗ ପ୍ରମୁଖ ସଚିବ ଓ ଅହମଦାବାଦ ପୁଲିସ କମିସନର ମଧ୍ୟ ଉପସ୍ଥିତ ଥିଲୋ ଏହା ପରେ ପରେ ଇମ୍ରାନ ମଧ୍ୟ ରାଜ୍ୟ ସଚିବାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ପ୍ରୋଧିତ କରିଥିଲୋ ତେବେ ବିଗତ ଦୁଇ ଦିନ ହେଲା କରୋନାର ପାର୍ଶ୍ବ ଲକ୍ଷଣ ପ୍ରଦର୍ଶନ କରୁଥିବା ଇମ୍ରାନଙ୍କ ଠାରେ କୋଭିଡ୍–୧୯ ରହିଥିବା କଥା ସନ୍ଧ୍ୟାରେ ସ୍ପଷ୍ଟ ହୋଇଥିଲାା ଯଦିଓ ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଇମ୍ରାନ ଅନ୍ୟମାନଙ୍କ ଠାରୁ ପ୍ରାୟ ୧୫ରୁ ୨୦ ମିଟର ଦୂରରେ ବସିଥିଲୋ ତଥାପି ମୁଖ୍ୟମନ୍ତ୍ରୀ ରୁପାନିଙ୍କର ସବିଶେଷ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି ଏବଂ ସେ ସୁସ୍ଥ ଥିବା କୁହାଯାଇଛିା ତଥାପି ସେ ନିଜକୁ ଏକାନ୍ତବାସରେ ରଖିଛନ୍ତିା
Follow Us