ଆଜି ମଧ୍ୟାହ୍ନରେ ଘୋଷଣା କରାଯିବ ଗୁଜରାଟ ବିଧାନସଭା ପାଇଁ ନିର୍ବାଚନ ତାରିଖ

Advertisment
ଆଜି ମଧ୍ୟାହ୍ନରେ ଘୋଷଣା କରାଯିବ ଗୁଜରାଟ ବିଧାନସଭା ପାଇଁ ନିର୍ବାଚନ ତାରିଖ

Image Courtesy of NDTV

ନୂଆଦିଲ୍ଲୀ: ଆଜି ମଧ୍ୟାହ୍ନରେ ନିର୍ବାଚନ କମିସନ୍‌ ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବ। ଏଥିପାଇଁ ଆଜି ମଧ୍ୟାହ୍ନରେ ନିର୍ବାଚନ କମିସନ୍‌ ସାମ୍ବାଦିକ ସମ୍ମିଳନୀ ଡକାଇଛି।

ସୂଚନାଯୋଗ୍ୟ, ୧୮୨ ଆସନବିଶିଷ୍ଟ ଗୁଜରାଟ ବିଧାନସଭାର କାର୍ଯ୍ୟକାଳ ୨୦୧୩ ଫେବ୍ରୁଆରି ୧୮ରେ ଶେଷ ହେବ।

‘ଇଣ୍ଡିଆ ଟୁଡେ’ ରିପୋର୍ଟ ଅନୁସାରେ, ଆଜି ‘ଅଲ୍‌ ଇଣ୍ଡିଆ ରେଡିଓ’ର ରଙ୍ଗ ଭବନ ଅଡିଟରିୟମ୍‌ରେ ନିର୍ବାଚନ କମିସନର୍‌ ଅନୁପ ଚନ୍ଦ୍ର ପାଣ୍ଡେଙ୍କ ସହିତ ମିଶି ମୁଖ୍ୟ ନିର୍ବାଚନ କମିସନର୍‌ ରାଜୀବ କୁମାର ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବେ।

ସ୍ମରଣଯୋଗ୍ୟ, ଗତମାସରେ ନିର୍ବାଚନ କମିସନ୍‌ ହିମାଚଳ ପ୍ରଦେଶ ନିମନ୍ତେ ନିର୍ବାଚନ ତାରିଖ ଘୋ‌ଷଣା କରିଥିଲେ କିନ୍ତୁ, ଗୁଜରାଟ ନିର୍ବାଚନ ତାରିଖ ଘୋଷଣା କରି ନ ଥିଲେ।

publive-image Image Courtesy of India Today

‘ଭାରତର ନିର୍ବାଚନ କମିସନ୍‌’ସୂତ୍ରରୁ ଜଣାପଡ଼ିଛି କି, ଗୁଜରାଟ ବିଧାନସଭା ନିମନ୍ତେ ଡିସେମ୍ବର ପ୍ରଥମ ସପ୍ତାହରେ ୨ଟି ପର୍ଯ୍ୟାୟରେ ନିର୍ବାଚନ କରାଯାଇପାରେ।

ସେହିପରି, ଡିସେମ୍ବର ୮ ତାରିଖ ଦିନ ହିମାଚଳ ପ୍ରଦେଶ ବିଧାନସଭା ଭୋଟ୍‌ ଗଣନା ସହିତ ଗୁଜରାଟ ବିଧାନସଭା ଭୋଟ୍‌ ଗଣନା କରାଯାଇ ପାରେ।

ଶେଷ ଥର ୨୦୧୭ରେ ଗୁଜରାଟ ବିଧାନସଭା ନିମନ୍ତେ ନିର୍ବାଚନ କରାଯାଇଥିଲା। ଏଥିରେ କ୍ରମାଗତ ୭ଥର ପାଇଁ ‘ବିଜେପି’ କ୍ଷମତାସୀନ ହୋଇଥିଲା। ଗତ ନିର୍ବାଚନରେ ‘ବିଜେପି’ ୧୮୨ରୁ ୯୯ଟି ଆସନରେ ବିଜୟୀ ହୋଇଥିଲା ବେଳେ କଂଗ୍ରେସ ୭୭ଟି ଆସନରେ ବିଜୟୀ ହୋଇଥିଲା।

ଏଥର ଗୁଜରାଟ ବିଧାନସଭା ନିମନ୍ତେ ହେବାକୁ ଥିବା ନିର୍ବାଚନରେ ଶାସକ ‘ବିଜେପି’, ‘କଂଗ୍ରେସ’ ଓ ‘ଆପ୍‌’ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେବ। କିନ୍ତୁ, ପୁନର୍ବାର ରାଜ୍ୟରେ କ୍ଷମତାସୀନ ହେବେ ବୋଲି ‘ବି‌ଜେପି’ ଦୃଢ଼ତାର ସହିତ କହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe