ବାହାର ରାଜ୍ୟର ଶ୍ରମିକ ରାଜ୍ୟ ଛାଡ଼ି ଯାଆନ୍ତୁନି ବୋଲି କହିଲେ ଗୁଜୁରାଟ ସରକାର; ୪୫୦ ଜଣ ଦଙ୍ଗା ସୃଷ୍ଟିକାରୀ ହେଲେଣି ଗିରଫ

Advertisment
ବାହାର ରାଜ୍ୟର ଶ୍ରମିକ ରାଜ୍ୟ ଛାଡ଼ି ଯାଆନ୍ତୁନି ବୋଲି କହିଲେ ଗୁଜୁରାଟ ସରକାର; ୪୫୦ ଜଣ ଦଙ୍ଗା ସୃଷ୍ଟିକାରୀ ହେଲେଣି ଗିରଫ

ଅହମ୍ମଦାବାଦ୍‌: ଗୁଜୁରାଟର ଜଣେ ୧୪ ମାସର ଝିଅକୁ ଦୁଷ୍କର୍ମ ହେବା ପରେ ରାଜ୍ୟରେ ହିଂସା ଉପୁଜିବାରୁ ବାହାର ରାଜ୍ୟରୁ କାମ କରିବାକୁ ଗୁଜୁରାଟ ଆସିଥିବା ଶ୍ରମିକମାନେ ଏବେ ନିଜ ରାଜ୍ୟ ଆଡ଼େ ମୁହାଁଇଛନ୍ତି। ଏହି ପରିସ୍ଥିତିରେ ଶ୍ରମିକମାନଙ୍କୁ ରାଜ୍ୟ ଛାଡ଼ି ନ ଯିବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ। ସରକାର ଶ୍ରମିକମାନଙ୍କୁ ଭୟଭୀତ ନ ହେବା ପାଇଁ କହିବା ସହ ସେମାନଙ୍କ ସକାଶେ ଆବଶ୍ୟକୀୟ ସୁରକ୍ଷା ପ୍ରଦାନ କରାଯିବ ବୋଲି ମଧ୍ୟ ଆଶ୍ୱାସନା ଦେଇଛନ୍ତି।

ଗତ ୪ରୁ ୫ ଦିନ ହେବ ଗୁଜୁରାଟରେ କାମ କରୁଥିବା ମୁଖ୍ୟତଃ ଉତ୍ତରପ୍ରଦେଶ ଓ ବିହାର ଲୋକଙ୍କ ଉପରେ ଆକ୍ରମଣ ହେଉଥିବାର ଦେଖିବାକୁ ମିଳୁଛି। ଏ ସଂପର୍କରେ ରାଜ୍ୟ ଗୃହ ମନ୍ତ୍ରୀ ପ୍ରଦୀପ ସିଂହ ଜାଡେଜା କହିଛନ୍ତି, ‘ଏହି ଆକ୍ରମଣରେ ସାମିଲ୍‌ ଥିବା ଲୋକଙ୍କ ବିରୋଧରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସାରିଛୁ। ଗୁଜୁରାଟରେ କାମ କରୁଥିବର ଅନ୍ୟ ରାଜ୍ୟର ବେରୋଜଗାର ଶ୍ରମିକମାନଙ୍କୁ ସଂପୂର୍ଣ୍ଣ ସୁରକ୍ଷା ଦେବା ଆମର କର୍ତ୍ତବ୍ୟ।’

ସେ ଆହୁରି ବି କହିଛନ୍ତି ଯେ ସରକାର ୩୫ ଜଣଙ୍କ ନାମରେ ଅଭିଯୋଗ ଦାୟର କରି ସାରିଲେଣି। ଏହା ବ୍ୟତୀତ ସୋସିଆଲ୍‌ ମିଡିଆରେ ହିଂସା ଖେଳାଇଥିବା ୩ ଜଣଙ୍କ ବିରୋଧରେ ଆଇଟି ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି। ଏହା ମଧ୍ୟରେ ଦଙ୍ଗା ସୃଷ୍ଟିକାରୀଙ୍କ ମଧ୍ୟରୁ ୪୫୦ ଜଣଙ୍କୁ ଗିରଫ କରାଯାଇ ସାରିଲାଣି ବୋଲି ସୂଚନା ରହିିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe