ଗୁଜୁରାଟର ପ୍ରସିଦ୍ଧ ମାଧବରାଇଜୀ ମନ୍ଦିରରେ ବିବାହିତା ମହିଳାଙ୍କୁ ମନ୍ଦିର ଭିତରେ ଦୁଷ୍କର୍ମ କରି ମୁଖ୍ୟ ପୂଜକ ଗିରଫ

ଗୁଜୁରାଟର ପ୍ରସିଦ୍ଧ ମାଧବରାଇଜୀ ମନ୍ଦିରରେ ବିବାହିତା ମହିଳାଙ୍କୁ ମନ୍ଦିର ଭିତରେ ଦୁଷ୍କର୍ମ କରି ମୁଖ୍ୟ ପୂଜକ ଗିରଫ

ଗାନ୍ଧୀନଗର (ଗୁଜୁରାଟ): ଜନୈକା ବିବାହିତା ମହିଳାଙ୍କୁ ମନ୍ଦିର ଭିତରେ ଦୁଷ୍କର୍ମ କରିବା ଅଭିଯୋଗରେ ଗୁଜୁରାଟର ପ୍ରସିଦ୍ଧ ମାଧବରାଇଜୀ ମନ୍ଦିରର ମୁଖ୍ୟପୂଜକ ଋଷିଗିରି ଗୌସ୍ୱାମୀଙ୍କୁ ଗୁଜୁରାଟ ପୁଲିସ୍‌ ଗିରଫ କରିବା ଘଟଣା ଏବେ ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଜନୈକା ୨୫ ବର୍ଷ ବୟସ୍କା ବିବାହିତା ମହିଳା ଥରେ ମାଧବରାଇଜୀ ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ଆସିଥିବା ବେଳେ ମନ୍ଦିରର ମୁଖ୍ୟପୂଜକ ଋଷିଗିରି ତାଙ୍କୁ ନିଜ ଜାଲରେ ଫସାଇ ମନ୍ଦିର ଭିତରେ ଥିବା ତାଙ୍କର ପ୍ରକୋଷ୍ଠ ମଧ୍ୟକୁ ନେଇ ଯାଇ ତାଙ୍କ ସହ ବଳପୂର୍ବକ ଦୁଷ୍କର୍ମ କରିଥିଲେ। ପରେ ମହିଳା ଜଣକ ଯେତେବେଳେ ଘଟଣା ସଂପର୍କରେ ବାହାରେ ପ୍ରଘଟ କରିଦେବେ ବୋଲି କହିଥିଲେ ସେତେବେଳେ ମନ୍ଦରର ମୁଖ୍ୟ ପୂଜକ ଋଷିଗିରି ତାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ତାଙ୍କୁ ମନ୍ଦିରରେ ଜଣେ ସହାୟିକା ଭାବେ ନିଯୁକ୍ତ କରି ଦେଇଥିଲେ। ଏହାପରେ ମହିଳାଙ୍କ ବିନା ଅନୁମତିରେ ତାଙ୍କୁ ପ୍ରତ୍ୟେକ ଦିନ ରାତିରେ ମନ୍ଦିର ପରିସରରେ ଦୁଷ୍କର୍ମ କରୁଥିଲେ। କ୍ରମେ ଋଷିଗିରିଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ମହିଳା ଜଣକ ଯାଇ ପୁଲିସ୍‌ ଡିଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ।

publive-image

ମହିଳାଙ୍କ ଅଭିଯୋଗ ଉପରେ ପ୍ରାଥମିକ ତଦନ୍ତ କରି ପୁଲିସ୍‌ ମାଧବରାଇଜୀ ମନ୍ଦିରର ମୁଖ୍ୟପୂଜକ ଋଷିଗିରି ଗୌସ୍ୱାମୀଙ୍କୁ ଦୋଷୀ ବୋଲି ପାଇବା ପରେ ତାଙ୍କୁ ଗିରଫ କରିଛି ଏବଂ ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ୍‌ର ୩୭୬, ୫୦୪, ୫୦୬(୨) ଓ ୩୨୩ ଧାରାରେ ଏକ ମାମଲା ଆଗତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe